ଅହମଦାବାଦ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଏକଦିବସୀୟ ଦଳ ଘୋଷିତ ହୋଇଛି। ଏକ ଦିବସୀୟ ଦଳ ପାଇଁ ଶୁବମନ ଗିଲ୍ ଅଧିନାୟକ ଥିବାବେଳେ ଦଳକୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଫେରିଛନ୍ତି।

Advertisment

ଟିମ୍ ଇଣ୍ଡିଆ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ବିରୋଧରେ ୩ ଏକ ଦିବସୀୟ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ବିସିସିଆଇର ଚୟନ ବୈଠକ ଅହମଦାବାଦରେ ଅନୁଷ୍ଠିତ ହୋଇଥିଲା।

ଶ୍ରେୟସ ଆୟାରଙ୍କୁ ଏକଦୀବସୀୟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି। ଏକଦୀବସୀୟ ଦଳ ପାଇଁ କେଏଲ ରାହୁଲଙ୍କୁ ୱିକେଟ କିପର ନିଯୁକ୍ତ କରାଯାଇଛି। ସେହିପରି ଟି-୨୦ ଦଳ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଘୋଷଣା କରାଯାଇଛି।

ଏକ ଦିବସୀୟ ଦଳ:

ଶୁବମନ ଗିଲ୍(ଅଧିନାୟକ), ରୋହିତ ଶର୍ମା, ବିରାଟ ‌କୋହଲି, ଶ୍ରେୟସ ଆୟାର(ଉପଅଧିନାୟକ) କେଏଲ ରାହୁଲ(ୱିକେଟ କିପର), ଯଶସ୍ବୀ ଜୟସ୍ବାଲ, ଅକ୍ଷର ପଟେଲ୍, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣା,ହର୍ଷିତ ରାଣା,ଧ୍ରୁବ ଜୁରେଲ(ୱିକେଟ କିପର)।

ଏକଦିବସୀୟ ସିରିଜର ସୂଚୀ:

ପ୍ରଥମ ଏକଦିବସୀୟ: ୧୯ ଅକ୍ଟୋବର-ପର୍ଥ

ଦ୍ବିତୀୟ ଏକଦିବସୀୟ: ୨୩ ଅକ୍ଟୋବର-ଏଡିଲେଡ୍

ତୃତୀୟ ଏକଦିବସୀୟ: ୨୪ ଅକ୍ଟୋବର-ସିଡନୀ

ଟି-୨୦ ଦଳ:

ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ(ଉପ-ଅଧିନାୟକ), ତିଲକ ବର୍ମା, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍କିପର), ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ(ୱିକେଟ୍ କିପର), ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର ।

ଟି-୨୦ ସିରିଜର ସୂଚୀ:

ପ୍ରଥମ ଟି୨୦-୨୯ ଅକ୍ଟୋବର-କାନବେରା 

ଦ୍ୱିତୀୟ ଟି-୨୦-୩୧ ଅକ୍ଟୋବର-ମେଲବୋର୍ଣ୍ଣ 

ତୃତୀୟ ଟି-୨୦-୨ ନଭେମ୍ବର-ହୋବାର୍ଟ

ଚତୁର୍ଥ ଟି-୨୦-୬ ନଭେମ୍ବର-ଗୋଲ୍ଡ କୋଷ୍ଟ

୫ମ ଟି-୨୦ -୮ ନଭେମ୍ବର-ବ୍ରିସବେନ