କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ଯସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଛି।
ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଗତ କିଛି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଦୃଢ଼ ପ୍ରଦର୍ଶନ କରିଛି। ମହମ୍ମଦ ଶାମିଙ୍କ ପ୍ରତ୍ୟାବର୍ତ୍ତନ ସହିତ ଦଳର ବୋଲିଂ ଆକ୍ରମଣ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଦେଖାଯାଉଛି।
ଅଧିକ ପଢ଼ନ୍ତୁ: ଉପରାଷ୍ଟ୍ରପତି-ଗୃହମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ
🚨 Toss News from the Eden Gardens 🚨#TeamIndia have elected to bowl against England in the T20I series opener.
— BCCI (@BCCI) January 22, 2025
Follow The Match ▶️ https://t.co/4jwTIC5zzs#INDvENG | @IDFCFIRSTBank pic.twitter.com/s8VPSM3xfT
ଏଥି ସହ ସଞ୍ଜୁ ସାମସନ ଏବଂ ତିଲକ ବର୍ମା ବ୍ୟାଟିଂରେ ଚମତ୍କାର ଫର୍ମରେ ଅଛନ୍ତି। ଅନ୍ୟପକ୍ଷରେ, ଇଂଲେଣ୍ଡ ଦଳ ମଧ୍ୟ ବହୁତ ଶକ୍ତିଶାଳୀ ରହିଛି। ଫିଲ୍ ସଲ୍ଟ, ଜୋସ୍ ବଟଲର୍, ଲିଆମ୍ ଲିଭିଙ୍ଗଷ୍ଟନ୍ ଯେକୌଣସି ବୋଲିଂ ଆକ୍ରମଣକୁ ବିଫଳ କରିପାରିବେ। ଜୋଫ୍ରା ଆର୍ଚର ବୋଲିଂରେ ଏକ ବଡ଼ ବିପଦ ଭାବେ ନିଜକୁ ପ୍ରମାଣିତ କରିବାକୁ ସକ୍ଷମ।
ଅଧିକ ପଢ଼ନ୍ତୁ: ଭଗବାନଙ୍କୁ ପ୍ରାର୍ଥନା ଯୋଗୀଙ୍କୁ ଦୀର୍ଘାୟୁ କରନ୍ତୁ