ହରାରେ: ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ ଟିକିଆ ଟି-୨୦ ମ୍ୟାଚ୍ର ଚତୁର୍ଥ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୧୦ ୱିକେଟରେ ପରାଜିତ କରି ସିରିଜ୍ ବିଜୟୀ ହୋଇଛି। ପଞ୍ଚମ ଟି-୨୦ରେ ଟିମ୍ ଇଣ୍ଡିଆର ବିଜୟ ଅବା ପରାଜୟ ସିରିଜ୍ ବିଜୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଟିମ୍ ଇଣ୍ଡିଆ ୪ଟି ମ୍ୟାଚ୍ ଖେଳି ୩-୧ରେ ଆଗୁଆ ରହିଛି। ଜିମ୍ବାୱେ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ଜିତିଛି।
ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ୧୫.୨ ଓଭରରେ କୌଣସି ୱିକେଟ ନ ହରାଇ ୧୫୬ ରନ୍ କରିଥିଲା। ଯଶସ୍ବୀ-ଗିଲ୍ଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁ ବିଜୟ ସହଜ ହୋଇଥିଲା।
ଶନିବାର ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓେ ଅଧିନାୟକ ସିକନ୍ଦର ରାଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।
A sparkling 🔟-wicket win in 4th T20I ✅
— BCCI (@BCCI) July 13, 2024
An unbeaten opening partnership between Captain Shubman Gill (58*) & Yashasvi Jaiswal (93*) seals the series for #TeamIndia with one match to go!
Scorecard ▶️ https://t.co/AaZlvFY7x7#ZIMvIND | @ShubmanGill | @ybj_19 pic.twitter.com/xJrBXlXLwM
ଜିମ୍ବାୱେ ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ ହରାଇ ୧୫୨ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୫୩ ରନ୍ ରହିଥିଲା।
ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୯୩ ରନ୍ କରିଥିବା ବେଳେ ଶୁବମନ ଗିଲ ୫୮ ରନ୍ କରିଥିଲେ।
ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୨୫ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୩୨ ରନ୍ କରିଥିଲେ। ସେହିପରି ବ୍ରାଏନ ବେନେଟ ୯, ଡିଅନ ମାୟର୍ସ ୧୨ , ସିକନ୍ଦର ରଜା ୪୬ , ଜୋନାଥନ କ୍ୟାମ୍ପବେଲ ୩ , କ୍ଲିଭ ମାଡାଣ୍ଡେ ୭, ଫାରାଜ ଆକ୍ରାମ ୪ ରନ୍ କରିଥିଲେ।