ହରାରେ: ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍‌ର ଚତୁର୍ଥ ଟି-୨୦ ମ୍ୟାଚ୍ ଶନିବାର ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍‌ରେ ଖେଳାଯାଉଛି। ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିମ୍ବାଓେ ଅଧିନାୟକ ସିକନ୍ଦର ରାଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

Advertisment

ଜିମ୍ବାୱେ ସ୍କ୍ବାଡ୍‌ରେ ୱେସଲି ମାଡେଭେରେ , ତାଡିୱାନାସେ ମାରୁମାନି , ବ୍ରାଏନ ବେନେଟ , ଡିଅନ ମାୟର୍ସ , ସିକନ୍ଦର ରଜା (ଅଧିନାୟକ) , ଜୋନାଥନ କ୍ୟାମ୍ପବେଲ , ଫାରାଜ ଆକ୍ରାମ, କ୍ଲିଭ ମାଡାଣ୍ଡେ (ୱିକେଟ କିପର) , ରିଚାର୍ଡ ନାଗରାଭା, ବ୍ଲେସିଙ୍ଗ ମୁଜାରାବାନୀ , ତେନ୍ଦାଇ ଚାଟାରା ପ୍ରମୁଖ ଅଛନ୍ତି।

ସେହିପରି ଟିମ୍ ଇଣ୍ଡିଆ ସ୍କ୍ବାଡ୍‌ରେ ଯଶସ୍ବୀ ଜୈୟସ୍ବାଲ, ଶୁଭମାନ ଗିଲ (ଅଧିନାୟକ) , ଅଭିଷେକ ଶର୍ମା , ଋତୁରାଜ ଗାଇକୱାଡ , ସଞ୍ଜୁ ସାମସନ(ୱିକେଟ କିପର) , ରିଙ୍କୁ ସିଂ , ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର , ରବି ବିଶ୍ନୋଇ , ତୁଷାର ଦେଶପାଣ୍ଡେ , ଖଲିଲ ଅହମ୍ମଦ , ପ୍ରମୁଖ ରହିଛନ୍ତି ।