ମାଲକାନଗିରି: ଆମ ଜନତା ଅଧିକାର ଫୋରମ ପକ୍ଷରୁ ଆୟୋଜିତ ସର୍ବଦଳୀୟ ବୈଠକର ନିଷ୍ପତି ଅନୁଯାୟୀ ମଙ୍ଗଳବାର ପୋଲାଭରମ କ୍ଷତିଗ୍ରସ୍ତ ଅଂଚଳର ସ୍ଥିତି ଅନୁଧ୍ୟାନ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ଦଳ ମାଲକାନଗିରିରେ ପହଂଚି ଜିଲ୍ଲାପାଳ ସଚିନ ପାୱାରଙ୍କ ସହିତ ଆଲୋଚନା କରିଛନ୍ତି।
ଆମ ଜନତା ଅଧିକାର ଫୋରମର ଆବାହକ ମନୋଜ ଜେନା, ସହଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ପ୍ରସନ୍ନ ବିଷୋୟୀ, ପୂର୍ବତନ ମାଲକାନଗିରି ବିଧାୟକ ନିମାଇଁ ସରକାର, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ଜିଲ୍ଲା ଆବାହକ ରୂପକ ତୁରୁକ, ସମାଜସେବୀ ଶ୍ରୀନିବାସ ରାଓ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।ପୋଲାଭରମ ଜାତୀୟ ପ୍ରକଳ୍ପ ଘୋଷଣା ସହ ଏ ବର୍ଷ ବଜେଟରେ ୧୫ ହଜାର କୋଟି ବ୍ୟୟ ବରାଦ ତଥା ଦୁଇ ବର୍ଷରେ ପ୍ରକଳ୍ପ କାର୍ଯ୍ୟକାରୀ ଶେଷ ପାଇଁ ଘୋଷଣା ହୋଇଛି। ସେପଟେ ଏହି ପ୍ରକଳ୍ପ ସମ୍ପୂର୍ଣ କାର୍ଯ୍ୟକାରୀ ହେଲେ ଓଡିଶାର ମାଲକାନଗିରି ଜିଲ୍ଲାର ମୋଟୁ ବ୍ଲକର ୯ଟି ପଞ୍ଚାୟତ ପଛୁଆ ପାଣିରେ ଜଳମଗ୍ନ ହେବା ସହିତ ମୋଟୁ, ବାରିବନ୍ଥ, ବିନାୟକୁର, ଅଳିମା, ମୂଳରୀଗୁଡା, ମାଡ଼ିଗୁବୁର, କଡ଼ାଗୁଜ, ପେଚା, ଗୋରାଶପଲ୍ଲୀ ଆଦି ଗାଁ ସବୁଦିନ ପାଇଁ ବିଲୋପ ହୋଇଯିବାର ସମ୍ଭାବନା ରହିଛି। ୬ହଜାର ଆଦିବାସୀ ଏହା ଦ୍ଵାରା ସମ୍ପୂର୍ଣ ବିସ୍ଥାପିତ ହେବେ। ପ୍ରାୟ ୭ ହାଜର ହେକ୍ଟର ଜମି ଜଳମଗ୍ନ ହୋଇଯିବ। ତେଣୁ ଓଡିଶାର କେମିତି କମ କ୍ଷତିଗ୍ରସ୍ତ ହେବ ଏବଂ ପ୍ଲାବିତ ଅଂଚଳରେ କେମିତି ପୁନଃରୁଦ୍ଧାର ଓ ବିସ୍ଥାପିତ ଲୋକଙ୍କୁ କିଭଳି ଥଇଥାନ ହେବ ସେଥିପାଇଁ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ।
ପ୍ରକାଶ ଥାଉ କି ପୋଲାଭରମ ପ୍ରକଳ୍ପ ଦ୍ବାରା ଓଡ଼ିଶା ବିଶେଷକରି ମୋଟୁ ଅଞ୍ଚଳରେ କଣ କ୍ଷତି ହେବ ତାର ତଥ୍ୟ ଓଡ଼ିଶା ସରକାରଙ୍କ ପାଖରେ ନାହିଁ। ଜିଲ୍ଲାପାଳ ଏଥିପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରି ଏହାର ଆକଳନ କରିବା ପାଇଁ ପ୍ରତିନିଧି ମଣ୍ଡଳୀ ନିବେଦନ କରିଥିଲେ। ଆସନ୍ତାକାଲି ଏହି ପ୍ରତିନିଧି ମଣ୍ଡଳୀ ମୋଟୁ ଅଞ୍ଚଳ ଗସ୍ତ କରିବ।ଗ୍ରାଉଣ୍ଡ ଜିରୋର ତଥ୍ୟ ସଂଗ୍ରହ ସହିତ ସେଠାକାର ଲୋକଙ୍କ ସହିତ ଆଲୋଚନା କରି ପ୍ରତିନିଧି ମଣ୍ଡଳୀ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ଆସନ୍ତାକାଲି ପ୍ରଦାନ କରିବେ ବୋଲି ପ୍ରତିନିଧି ମଣ୍ଡଳୀ ପକ୍ଷରୁ ପ୍ରସନ୍ନ ବିଶୋଇ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Mkg-discuss-with-collector.jpg)