ଭୁବନେଶ୍ବର : ଟ୍ରମ୍ପ ପ୍ରଶାସନ ଦ୍ବାର ଏଚ-୧ ବି ଭିସା ଉପରେ ଲଗାଯାଇଥିବା ୧ ଲକ୍ଷ ଡଲାରର ଅତିରିକ୍ତ ଫିସ୍ ଯୋଗୁଁ ଉଭୟ ଆମେରିକୀୟ ଓ ଭାରତୀୟ ଟେକନଲୋଜି କମ୍ପାନିମାନେ ବିଶେଷଭାବେ ପ୍ରଭାବିତ ହେବେ । ଏହା ଭାରତୀୟ ଆଇଟି ପେସାଦାରଙ୍କ ଆମେରିକା ସ୍ବପ୍ନକୁ ଚୁରମାର କରିପାରେ । କାରଣ ଭାରତୀୟ ପେସାଦାରମାନେ ସର୍ବାଧିକ ଏଚ୧ବି ଭିସାର ସୁଯୋଗ ଉଠାଇଥାନ୍ତି । ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ଦ୍ବାରା ଆମେରିକାରେ କାମ କରୁଥିବା କମ୍ପାନିମାନଙ୍କ ବିଦେଶୀ କର୍ମଚାରୀ ରଖିବା ଖର୍ଚ୍ଚ ବଢିବ । ଏହା ଫଳରେ ସେମାନେ ଭାରତ ଓ ଅନ୍ୟ ଦେଶମାନଙ୍କ ଅପେକ୍ଷା ଆମେରିକୀୟ କର୍ମଚାରୀ ରଖିବାକୁ ପସନ୍ଦ କରିବେ । କିନ୍ତୁ ଏହା ମଧ୍ୟ ବ୍ୟୟବହୁଳ ହେବ । 

Advertisment

 ଏହାର ଏକ ସକାରାତ୍ମକ ଦିଗ ବି ରହିଛି । ଏଚ-୧ ବି ଭିସାରେ କମ୍ପାନୀମାନେ ଭାରତୀୟ ପ୍ରଯୁକ୍ତି ପେସାଦାରଙ୍କୁ ସିଧାସଳଖ ଆମେରିକାକୁ କାମ ପାଇଁ ପଠାଇଥାନ୍ତି। କିନ୍ତୁ ଏଚ-୧ ବି ଭିସା ବ୍ୟୟବହୁଳ ହେବା ପରେ କମ୍ପାନିମାନେ ବିଦେଶୀ ପେସାଦାରଙ୍କୁ ଆମେରିକା ଡକାଇବା ଅପେକ୍ଷା ଆଉଟସୋର୍ସିଂ ଉପରେ ଅଧିକ ଗୁରୁତ୍ବ ଦେବେ ।

ତେବେ ଏହାର ଏକ ସକାରାତ୍ମକ ଦିଗ ବି ରହିଛି । ଏଚ-୧ ବି ଭିସାରେ କମ୍ପାନୀମାନେ ଭାରତୀୟ ପ୍ରଯୁକ୍ତି ପେସାଦାରଙ୍କୁ ସିଧାସଳଖ ଆମେରିକାକୁ କାମ ପାଇଁ ପଠାଇଥାନ୍ତି। କିନ୍ତୁ ଏଚ-୧ ବି ଭିସା ବ୍ୟୟବହୁଳ ହେବା ପରେ କମ୍ପାନିମାନେ ବିଦେଶୀ ପେସାଦାରଙ୍କୁ ଆମେରିକା ଡକାଇବା ଅପେକ୍ଷା ଆଉଟସୋର୍ସିଂ ଉପରେ ଅଧିକ ଗୁରୁତ୍ବ ଦେବେ । ଇନଫୋସିସ, ଟିସିଏସ, ୱିପ୍ରୋ, ଏଚସିଏଲ ପରି ଭାରତୀୟ ଆଇଟି କମ୍ପାନୀମାନଙ୍କ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ। “ଅନସାଇଟ୍” କାମ ବଦଳରେ “ଅଫସୋର ଡେଲିଭରି” ବଢ଼ିବ। ହେଲେ, ଏଥିରେ କିଛି ଚ୍ୟାଲେଞ୍ଜ ମଧ୍ୟ ରହିବ। “ଅନସାଇଟ୍” କାମରେ ଯେତେକି ଅଧିକ ଆୟ ମିଳୁଥିଲା, ତାହା କମିଯିବ। ତଥା, କ୍ଲାଏଣ୍ଟ ସହିତ ସିଧାସଳଖ ସମ୍ପର୍କ ସୃଷ୍ଟିରେ ଅସୁବିଧା ହୋଇପାରେ।

ସାରକଥା, ସ୍ବଳ୍ପ ମିଆଦ ପାଇଁ ଏହା ଭାରତୀୟ ଆଉଟସୋର୍ସିଂକୁ ଲାଭ ଦେବ, କିନ୍ତୁ ଦୀର୍ଘ ସମୟ ପାଇଁ ଏହି ଆହ୍ବାନର ମୁକାବିଲା କରିବାକୁ ହେଲେ ଭାରତୀୟ କମ୍ପାନିମାନଙ୍କୁ ଉଚ୍ଚ ଟେକନଲୋଜୀ ଉପରେ ଗବେଷଣା ଓ ବିକାଶ ଲାଗି ଅଧିକ ଫୋକସ କରିବାକୁ ହେବ ।