ଟେକ୍‌ ମହିନ୍ଦ୍ରାର ବଡ଼ ନିଷ୍ପତ୍ତିି : କମ୍ପାନିର ପୁରୁଷ ସମଲିଙ୍ଗୀ କର୍ମଚାରୀଙ୍କୁ ଥଟ୍ଟା କରିବାରୁ ବହିଷ୍କୃତ ହେଲେ ମହିଳା କର୍ମଚାରୀ

ମୁମ୍ବାଇ : ମୁଖ୍ୟ ବିବିଧତା ଅଧିକାରୀଙ୍କୁ କମ୍ପାନିରୁ ବହିଷ୍କାର କରିଛି ଟେକ୍‌ ମହିନ୍ଦ୍ରା । ଜନୈକ ପୁରୁଷ ସମଲିଙ୍ଗୀ କର୍ମଚାରୀଙ୍କୁ ମୁଖ୍ୟ ବିବିଧତା ଅଧିକାରୀ ରିଚା ଗୌତମ ଥଟ୍ଟା କରିଥିବାରୁ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତିି ନିଆଯାଇଥିବା ଜଣାପଡ଼ିଛି । ଥଟ୍ଟା କରିବାର ଅଭିଯୋଗ ଆସିବା ପରେ ପ୍ରଥମେ କମ୍ପାନୀ ତରଫରୁ ଏ ନେଇ ତଦନ୍ତ କରାଯାଇଥିଲା । ପରେ ମହିଳା କର୍ମଚାରୀ ରିଚା ଗୌତମ ଦୋଷୀ ବୋଲି ଜଣା ପଡ଼ିଥିଲା । ରିଚାଙ୍କୁ ଚାକିରିରୁ ବାହାର କରିବା ସହ ପୁରୁଷ ସମଲିଙ୍ଗୀ କର୍ମଚାରୀ ଗୌରବ ପ୍ରୋବିର୍‌ ପ୍ରମାନିକ୍‌ଙ୍କୁ କମ୍ପାନୀ ତରଫରୁ କ୍ଷମା ପ୍ରାର୍ଥନା କରାଯାଇଥିବା ସୂଚନା ମିଳିଛି ।

theweek.in

ସୂଚନା ମୁତାବକ, କିଛି ଦିନ ତଳେ ଗୌରବ ସମଲିଙ୍ଗୀ ବୋଲି ଜଣା ପଡ଼ିବା ପରେ ଏହି ଖବରଟି କମ୍ପାନୀରେ ଚାରି ଆଡ଼େ ପ୍ରସାରିତ ହୋଇ ଯାଇଥିଲା । ଯାହାକୁ ନେଇ ରିଚା ଗୌରବଙ୍କୁ ସମସ୍ତଙ୍କ ଆଗରେ ଅସମ୍ମାନ କରିଥିଲେ । ଏ ନେଇ ଗୌରବ ଅଭିଯୋଗ ଆଣିବା ପରେ ତଦନ୍ତ କରି ରିଚାଙ୍କୁ କମ୍ପାନୀରୁ ବାହାର କରିଛି ଟେକ୍‌ ମହିନ୍ଦ୍ରା । କିନ୍ତୁ ଏ ପର୍ଯ୍ୟନ୍ତ କମ୍ପାନୀ ତରଫରୁ ତଦନ୍ତର ଫଳାଫଳ ଜଣାଇବା ପାଇଁ ଗୌରବଙ୍କ ପାଖକୁ କୌଣସି ଇ-ମେଲ କିମ୍ବା ଫୋନ ଆସି ନାହିଁ ବୋଲି ସେ କହିଛନ୍ତି । ଏହା ସହ ବହିଷ୍କାର ଏଭଳି ସମସ୍ୟାର ସମାଧାନ ନୁହଁ ବୋଲି କହିବା ସହ ଏଭଳି ପରିସ୍ଥିତି ଆଗକୁ ହେବ ନାହିଁ ବୋଲି କମ୍ପାନୀ କ’ଣ ପଦକ୍ଷପ ନେଇଛି ତାହା ଜାଣିବାକୁ ଚାହିଁଛନ୍ତି ଗୌରବ ।

ସମ୍ବନ୍ଧିତ ଖବର