ହାଇଦ୍ରାବାଦ: ବିବାହର ୬ମାସ ପରେ ଜୀବନ ହାରିଲେ ମହିଳା। ଯୌତୁକ ପାଇଁ ସ୍ବାମୀ ଦେଉଥିଲେ ନିର୍ଯାତନା। ୬ମାସ ଧରି ନିର୍ଯାତନା ସହିବା ପରେ ଶେଷରେ ମୃତ୍ୟୁକୁ ବାଛିନେଲେ ଇଞ୍ଜିନିୟର। ପେସାରେ ଇଞ୍ଜିନିୟର ଥିବା ମହିଳା ଜୀବନ ହାରିବା ପରେ ତାଙ୍କ ପରିବାରକୁ ଶକ୍ତ ଧକ୍କା ଲାଗିଛି। ମୃତକଙ୍କ ନାମ ଦେବୀକା ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ସ୍ବାମୀଙ୍କ ନାମ ସତିଶ ବୋଲି ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ଦେବୀକା ଓ ସତିଶ ଛଅ ମାସ ତଳେ ଗୋଆରେ ଏକ ଭବ୍ୟ ସମାରୋହରେ ପରସ୍ପରକୁ ବିବାହ କରିଥିଲେ। ବିବାହ ପରେ ପରେ ସତିଶ ତାଙ୍କୁ ଯୌତୁକ ଆଣିବା ନେଇ ଚାପ ପକାଉଥିଲେ। ଏଥିରେ ବିରକ୍ତ ହୋଇ ଦେବିକା ରବିବାର ରାତିରେ ଶୋଇବା ଘରେ ବେକରେ ରଶି ଲଗାଇ ଜୀବନ ହାରିଥିଲେ। ମୃତ୍ୟୁ ପରେ, ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସତୀଶ ତାଙ୍କୁ ଯୌତୁକ ପାଇଁ ହଇରାଣ କରୁଥିଲେ ଏବଂ ଏହା ତାଙ୍କୁ ସହିବାର ସୀମାକୁ ପାର୍ କରିଥିଲା।
ତେବେ ପୁଲିସରେ ଅଭିଯୋଗ ହେବା ପରେ ଏବେ ଦେବୀକାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜିବାରେ ଲାଗିପଡ଼ିଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/04/UKrdsXUmHGgaYP6sfQQo.jpg)