ବେଙ୍ଗାଲୁରୁ: ଜନୈକ ସଫ୍ଟେଓ୍ଵର୍ ଇଞ୍ଜିନିୟର ସ୍ୱାମୀଙ୍କ କଳାକାରନାମାକୁ ସାମନାକୁ ଆଣିଛନ୍ତି ତାଙ୍କର ପତ୍ନୀ। ତାଙ୍କୁ ନିଜ ସାଙ୍ଗମାନଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ସହ ସେସମୟର ଭିଡିଓ ପ୍ରସ୍ତୁତ କରି ତାଙ୍କୁ ବ୍ଲାକମେଲ୍ କରୁଥିବା ପୁଲିସ ଅଭିଯୋଗ ନିକଟରେ ଅଭିଯୋଗ କରିଛନ୍ତ ପତ୍ନୀ। ପତ୍ନୀ ଜଣକ ମଧ୍ୟ ଜଣେ ସଫ୍ଟେଓ୍ଵର୍ ଇଞ୍ଜିନିୟର ହୋଇଥିବା ବେଳେ ତାଙ୍କର ବୟସ ୩୪। ମହିଳାଙ୍କ ନିକଟରୁ ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ୩୬ ବର୍ଷୀୟ ଇଞ୍ଜିନିୟର ସ୍ୱାମୀଙ୍କୁ ଗିରଫ କରିଛି।
ମହିଳା ଜଣକ ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ସ୍ୱାମୀ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଯଦି ସେ ମନା କରିଥିଲେ ତେବେ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରୁଥିଲେ। ଖାଲି ଏତିକି ନୁହେଁ; ନିଜ ସାଙ୍ଗମାନଙ୍କ ସହିତ ଶାରୀରିକ ସଂପର୍କର ଭିଡିଓ ପ୍ରସ୍ତୁତ କରୁଥିଲେ। ସ୍ୱାମୀଙ୍କ ଏ ପ୍ରକାରର ଆଚରଣରେ ଅତିଷ୍ଠ ହୋଇ ଯେତେବେଳେ ସେ ଛାଡପତ୍ର ମାଗିଲେ, ସେତେବେଳେ ତାଙ୍କ ସ୍ୱାମୀ ସୋସିଆଲ ମିଡିଆରେ ସେଇ ସବୁ ସେକ୍ସ ଭିଡିଓ ଅପଲୋଡ୍ କରିବାକୁ ଧମକ ଦେଉଥିଲେ ବୋଲି ସେ ପୁଲିସକୁ କହିଛନ୍ତି।
ବେଙ୍ଗାଲୁରୁ ଥାନିସାନ୍ଦ୍ରା ମେନ୍ ରୋଡ୍ ସାମ୍ପିଗେହଲ୍ଲିର ଏହି ଦମ୍ପତି ଏପ୍ରିଲ ୨୦୧୧ରେ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି। ସାମ୍ପିଗେହଲ୍ଲି ପୁଲିସ ଦ୍ୱାରା ପଞ୍ଜୀକୃତ ଏଫଆଇଆର ଅନୁଯାୟୀ, ନିୟମିତ ମଦ୍ୟପାନ ଏବଂ ଡ୍ରଗ୍ସ ସେବନ କରୁଥିବା ଅଭିଯୁକ୍ତ ସ୍ୱାମୀ ପତ୍ନୀଙ୍କ ଭଉଣୀକୁ ମଧ୍ୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।
ମୋ ସ୍ୱାମୀ ମୋତେ ନିଶାସକ୍ତ ଅବସ୍ଥାରେ ପିଟୁଥିଲେ। ପରିସ୍ଥିତି କ୍ରମେ ଅସହ୍ୟ ହେବାରୁ ମୁଁ ତାଙ୍କୁ ଛାଡପତ୍ର ଦେବାକୁ ସ୍ଥିର କରିଥିଲି। ଏହା ତାଙ୍କୁ କ୍ରୋଧିତ କରିଥିଲା ଏବଂ ସେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଦେବାକୁ ଧମକ ଦେଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅନୁସାରେ ତାଙ୍କ ସ୍ୱାମୀ ନିୟମିତ ଗଞ୍ଜେଇ ଟାଣନ୍ତି ଏବଂ ଘର ଭିତରେ ଫୁଲକୁଣ୍ଡରେ ଦୁଇଟି ଗଞ୍ଜେଇ ଗଛ ଚାଷ କରିଛନ୍ତି। ଅଭିଯୋଗ ମିଳିବା ପରେ ପୁଲିସ ତାଙ୍କ ଘରୁ ଗଞ୍ଜେଇ ଗଛ ବି ଜବତ କରିଛି।