ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାପରେ ଇଂଜିନିୟରଙ୍କ ପାଇଁ ଏବେ ଏକ ବଡ଼ ଚ୍ୟାଲେଂଜ ଆସିଛି। ରାମ ମନ୍ଦିର ନିର୍ମାଣ ପାଇଁ ପରୀକ୍ଷା ମୂଳକ ଭାବେ ଭିତ୍ତିଭୂମିର ଦୃଢ଼ତା ଯାଞ୍ଚ ବେଳେ ଏକ ପିଲାର୍ ବାଲିଆ ମାଟି ଯୋଗୁଁ ବହୁତ ଦବି ଯାଇଥିବା ଜଣାପଡ଼ିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ବାଲିଆ ମାଟି ଭିତରେ ପିଲାର୍ ଆବଶ୍ୟକ ଦୃଢ଼ତାର ସହ ରହିପାରିବ ନାହିଁ ଏବଂ ପଥରରେ ନିର୍ମାଣ ହେବାକୁ ଥିବା ବିଶାଳ ମନ୍ଦିରର ବୋଝ ଏହା ନେଇପାରିବ ନାହିଁ। ଏ ଦିଗରେ କ’ଣ ବକଳ୍ପ ରହିଛି ସେ ନେଇ ଅନୁଧ୍ୟାନ ଜାରି ରହିଛି । ରାମ ଜନ୍ମଭୂମି ମନ୍ଦିର କ୍ଷେତ୍ର ଟ୍ରଷ୍ଟ୍ ଏହାର ସମାଧାନ ପାଇଁ ଆଇଆଇଟିର ଏକ ଟିମ୍ ବ୍ୟତୀତ ଇଂଜିନିୟରିଂ ବିଶେଷଜ୍ଞ ଦଳଙ୍କୁ ନେଇ ଏକ କମିଟି ଗଠନ କରିଛି।
ରାମ ମନ୍ଦିର ନିର୍ମାଣରେ ବୈଷୟିକ ସମସ୍ୟା
/sambad/media/post_attachments/wp-content/uploads/2020/08/Ayodhya-Ram-Temple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)