୫୦ ହଜାର ଟଙ୍କା ପାଇଁ ନାବାଳକ କରିଥିଲା ଗ୍ରେନେଡ୍‌ ଆକ୍ରମଣ

ଜମ୍ମୁ: ଜମ୍ମୁ ବସ୍‌ଷ୍ଟାଣ୍ଡରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ଦ୍ବାରା ଗ୍ରେନେଡ୍‌ ଆକ୍ରମଣ ଘଟଣାରେ ପୁଲିସ ଗିରଫ କରିଥିବା ନାବାଳକ ୟାସିର୍ ଜାଭେଦ୍ ଭଟ୍ଟର ଆଧାରକାର୍ଡ ଏବଂ ଅନ୍ୟାନ୍ୟ ଦସ୍ତାବିଜରୁ ତା’ର ଜନ୍ମ ତାରିଖ ୨୦୦୩ ମାର୍ଚ୍ଚ ୧୨ ଏବଂ ସେ ଜଣେ ନବମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି। କୁଲଗାଓଁ ଅଞ୍ଚଳର ଜଣେ ରଙ୍ଗମିସ୍ତ୍ରିଙ୍କ ବଡ଼ପୁଅ ଥିବା ୟାସିର କୁଲଗାଓଁର ହିଜ୍‌ବୁଲ ଜିଲ୍ଲା କମାଣ୍ଡର ଫାରୁକ୍‌ ଅହମ୍ମଦ ଭଟ୍ଟ ଓରଫ୍‌ ଉମର ଠାରୁ ଗ୍ରେନେଡ୍ ବିସ୍ଫୋରଣ ପାଇଁ ୫୦ ହଜାର ଟଙ୍କା ପାଇଥିବା ସ୍ୱୀକାର କରିଛି। ଗୁରୁବାର ଏହି ଗ୍ରେନେଡ୍‌ ଆକ୍ରମଣରେ ଜଣେ ନାବାଳକ(୧୭ ବର୍ଷ) ମୃତ୍ ଏବଂ ୩୨ ଜଣ ଆହତ ହୋଇଥିବା ବେଳେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର