ଅହମଦାବାଦ: ଗୁରୁବାର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର୍ ବିମାନ (ଉଡ଼ାଣ ନମ୍ବର ଏଆଇ ୧୭୧) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ପରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା, ଯେଉଁଥିରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସ୍ପଷ୍ଟ ଦେଖଯାଉଥିଲା। ଏହି ଭିଡିଓକୁ ପ୍ରାୟ ସବୁ ଗଣମାଧ୍ୟମ ନେଇ ଖବର ପ୍ରକାଶ କରିଥିଲେ। ଗୁରୁବାରଠାରୁ ଭାଇରାଲ ହେଉଥିବା ଏହି ଭିଡିଓଟି କିଏ ଉତ୍ତୋଳନ କରିଥିଲେ, ତାହା ଏବେ ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଗୁରୁବାର ଦିନ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ବେଳର ଭିଡିଓ ରେକର୍ଡ କରିଥିଲେ ୧୭ ବର୍ଷୀୟ ବାଳକ ଆରୟନ ଅସାରି। ସେ କହିଛନ୍ତି ଯେ, ବିମାନଟି ତଳକୁ ଖସୁଥିବାରୁ ମୁଁ ଭାବିଲି ଏହା ଅବତରଣ କରିବ। କାରଣ ପାଖରେ ବିମାନବନ୍ଦର ଥିଲା। ମୋ ସାଙ୍ଗମାନଙ୍କୁ ଦେଖାଇବା ପାଇଁ ମୁଁ ଏହାକୁ ରେକର୍ଡ କରିଥିଲି। ହେଲେ କିଛି ସମୟ ପରେ ବିମାନଟି ତଳକୁ ଖସିଯିବା ସହ ଜୋରରେ ଶବ୍ଦ ଶୁଭିଥିଲା। କିଛି ସେକେଣ୍ଡ ପରେ ଉପରକୁ ଧୁଆଁ ଓ ନିଆଁ ଉଠିବା ଦେଖି ମୁଁ ଡ଼ରିଯାଇଥିଲି। ଏହା ପରେ ତଳକୁ ଦୌଡ଼ିଯାଇ ମୁଁ ଘରେ ଜଣାଇଥିଲି।"
କୁହାଯାଉଛି ଯେ, ପୁଲିସ ଆରୟନଙ୍କୁ ଏହି ଦୁଃଖଦ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଭାବରେ ଗ୍ରହଣ କରି ଶନିବାର ଦିନ ତାଙ୍କର ବୟାନ ରେକର୍ଡ କରିଛି। ଅହମଦାବାଦ କ୍ରାଇମବ୍ରାଞ୍ଚ କହିଛି ଯେ, ସେ ତାଙ୍କ ବାପାଙ୍କ ସହିତ ବୟାନ ଦେବାକୁ ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/17/747SvbKo8kaYYS4ft8QK.jpg)