ଭାଟିକାନ ସିଟି: ୨୦୦୬ ମସିହାରେ ଲ୍ୟୁକେମିଆ (ରକ୍ତ କର୍କଟ) ରୋଗରେ ମୃତ୍ୟୁବରଣ କରିଥିବା ଜଣେ ତରୁଣଙ୍କୁ ଭାଟିକାନ ପକ୍ଷରୁ ସେଣ୍ଟ ବା ସନ୍ଥ ମାନ୍ୟତା ପ୍ରଦାନ କରାଯାଇଛି ।  ରବିବାର ଦିନ ପୋପ୍ ଲିଓଙ୍କ ନେତୃତ୍ୱରେ ଭାଟିକାନ ସିଟିରେ ଅନୁଷ୍ଠିତ ଏକ ସମାରୋହରେ ତାଙ୍କୁ ମିଲେନିଆଲ ପିଢ଼ିର ପ୍ରଥମ କ୍ୟାଥୋଲିକ ସନ୍ଥ ମାନ୍ୟତା ପ୍ରଦାନ କରାଯାଇଥିଲା । ଏଥିରେ ବିଭିନ୍ନ ଦେଶର ପ୍ରାୟ ୭୦,୦୦୦ ଯୁବ ଉପାସକ ଯୋଗ ଦେଇଥିଲେ।

Advertisment

ମାତ୍ର ୧୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ବ୍ରିଟିଶ-ଜନ୍ମିତ ଇଟାଲୀୟ ବାଳକ କାର୍ଲୋ ଆକୁଟିସ୍ ଖୀଷ୍ଟଧର୍ମ ଉପରେ ତାଙ୍କ ବିଶ୍ୱାସ ପ୍ରସାର କରିବା ପାଇଁ ୱେବସାଇଟ୍ ତିଆରି କରିବା ପାଇଁ କମ୍ପ୍ୟୁଟର କୋଡ୍ ଶିଖିଥିଲେ। ତାଙ୍କ କାହାଣୀ କ୍ୟାଥୋଲିକ ଯୁବକମାନଙ୍କଠାରୁ ବ୍ୟାପକ ଧ୍ୟାନ ଆକର୍ଷଣ କରିଥିଲା । ସନ୍ଥ ମାନ୍ୟତା ପାଇବା ପରେ ସେ ବର୍ତ୍ତମାନ ମଦର ଟେରେସା ଏବଂ ଆସିସିର ଫ୍ରାନ୍ସିସ୍ ସହିତ ସମାନ ସ୍ତରକୁ ଆସିଯାଇଛନ୍ତି। 

କେବଳ ଆକୁଟିସ ନୁହନ୍ତି, ୧୯୦୧ରେ ଜନ୍ମିତ ଦଶକର ଜଣ ଇଟାଲୀୟ ତରୁଣ ପିଅର ଜିଓର୍ଜିଓ ଫ୍ରାସାଟିଙ୍କୁ ମଧ୍ୟ ସନ୍ଥ ମାନ୍ୟତା ପ୍ରଦାନ କରାଯାଇଛି । ସେ ଗରିବ ଲୋକମାନଙ୍କୁ ସହାୟତା କରୁଥିଲେ । ସେ ୧୯୨୫ ମସିହାରେ ପୋଲିଓରେ ପଡ଼ି ମୃତ୍ୟୁବରଣ କରିଥିଲେ ।  

ସୂଚନାଯୋଗ୍ୟ ଯେ ୧୯୮୧ରୁ ୧୯୯୬ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଲୋକମାନଙ୍କୁ ମିଲେନିଆଲ ବୋଲି କୁହାଯାଏ । ସେମାନଙ୍କୁ ଜେନେରେସନ ଓ୍ବାଇ ବୋଲି ମଧ୍ୟ କୁହାଯାଏ ।