କ୍ଷମା କରିବ ବାପା, ମୁଁ ଜେଇଇ ପାସ କରିପାରିବି ନାହିଁ; ଏଭଳି ଲେଖି ଜୀବନ ହାରିଲେ ଯୁବକ

କୋଟା: କ୍ଷମା କରିବ ବାପା, ମୁଁ ଜେଇଇ କରିପାରିବି ନାହିଁ | ଏଭଳି ଲେଖି ଜୀବନ ହାରିଲେ ଯୁବକ | ଶୁକ୍ରବାର ଦିନ ରାଜସ୍ଥାନର କୋଟାରେ ଘଟିଛି ଏଭଳି ଘଟଣା | ଛାତ୍ର ଜଣକ ବିହାରର ଭାଗଲପୁର ଜିଲ୍ଲାର ବାସିନ୍ଦା ଥିଲେ | ତାଙ୍କ ନାମ ଅଭିଷେକ କୁମାର ବୋଲି ଜଣାପଡିଛି। ଏବର୍ଷର ଏହା ଷଷ୍ଠ ଘଟଣା ହୋଇଥିବା ବେଳେ ଏଭଳି ଛାତ୍ରଛାତ୍ରୀମାନେ ଜୀବନ ହାରିବା ଘଟଣା ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି |

ପୁଲିସର କହିବା ମୁତାବକ, ବିଜ୍ଞାନ ନଗର ଅଞ୍ଚଳରେ ରହୁଥିବା ଅଭିଷେକ ଜାନୁଆରି ୨୯ ଏବଂ ଫେବ୍ରୁଆରି ୧୯ରେ ଥିବା ୨ଟି ପରୀକ୍ଷା ଦେଇନଥିଲେ | ଏହା ପରେ ଆଜି ସକାଳେ ସେ ଏଭଳି ପଦକ୍ଷପ ନେଇଥିବା ଜଣାପଡିଥିଲା | ତାଙ୍କ ରୁମରୁ ବିଷ ବୋତଲ ଓ ସୁଇସାଇଡ ନୋଟ ମିଳିଛି, ଯେଉଁଥିରେ ଜେଇଇ କରିପାରିବି ନାହିଁ ବୋଲି ଲେଖିଛନ୍ତି ମୃତକ | ଏହା ସହିତ ସେ ନିଜ ବାପାଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି | ଏବେ ତାଙ୍କ ମୃତଦେହକୁ ଶବଗୃହରେ ରଖାଯାଇଛି | ପରିବାର ଲୋକେ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯିବ |

ଉଲ୍ଲେଖଯୋଗ୍ୟ, ଗତବର୍ଷ ୨୯ଜଣ ଛାତ୍ର ଜୀବନ ହାରିଥିବା ବେଳେ ଏବର୍ଷ ୬ଜଣ ଜୀବନ ହାରିଲେଣି |

ସମ୍ବନ୍ଧିତ ଖବର