ପୁଣେ: କିଛି ଦିନ ତଳେ ୨ଜଣ ଇଞ୍ଜିନିୟର(ଜଣେ ମହିଳା ଓ ଜଣେ ପୁରୁଷ) ସାଙ୍ଗମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ଏକ ପୋର୍ସ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକମାନେ ଥିଲେ ଅନୀଷ ଅୱଧୀୟ ଓ ଅଶ୍ବିନୀ କୋଶଟା। ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ନାବାଳକ ଥିବାରୁ ତାକୁ ଜାମିନ୍ ଦିଆଯାଇ ତା’ର ବାପାକୁ ଗିରଫ କରିଥିଲା ପୁଲିସ।

Advertisment

ଗିରଫ ପରେ ଜଣାପଡ଼ିଛି ଯେ, ଅଭିଯୁକ୍ତର ବାପା ଜଣେ ବଡ଼ ବିଲଡର ହୋଇଥିବା ବେଳେ ମାସେ ତଳେ ସେ ନିଜ ପୁଅକୁ ୨.୫କୋଟିର ପୋର୍ସ କାର୍ ଉପହାର ଦେଇଥିଲେ। ୧୭୦୦ଟଙ୍କା ଦେଇନଥିବାରୁ ଗାଡ଼ିରେ ନମ୍ବର ପ୍ଲେଟ ଲାଗିପାରିନଥିଲା। କୁହାଯାଉଛି ଯେ, ଦୁର୍ଘଟଣାର କିଛି ଘଣ୍ଟା ପୂର୍ବରୁ ସାଙ୍ଗମାନଙ୍କ ସହ ୨ଟି ପବ୍- କୋଜି ରେସ୍ତୋରାଁ ଓ ହୋଟେଲ ବ୍ଲାକ୍ କ୍ଲବ ଯାଇଥିଲା ଅଭିଯୁକ୍ତ। ପବରେ ପ୍ରାୟ ୪୮ହଜାର ଟଙ୍କାର ପଦ ପିଇ ଅଭିଯୁକ୍ତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି।

ଏ ସବୁ ସୂଚନା ସାମ୍ନାକୁ ଆସିବା ପରେ ନାବାଳକଙ୍କୁ ମଦ ଦେଇଥିବାରୁ ପୁଲିସ ୨ଟି ଯାକ ପବରେ ତାଲା ପକାଇଛି। ଏହା ସହ ୨୫ବର୍ଷ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତ ନାବାଳକକୁ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ର ପରିବହନ ବିଭାଗ।