ଇସ୍ଲାମାବାଦ: ଭାରତରେ ତିନିତଲାକ୍ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ସରକାର ଉଦ୍ୟମ ଚଳାଇଥିବା ବେଳେ ସୁପ୍ରିମ୍କୋର୍ଟ ମଧ୍ୟ ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି। ଏଥିଲାଗି ଦଣ୍ଡବିଧାନ ବ୍ୟବସ୍ଥା କରିବା ଲାଗି ମଧ୍ୟ ସରକାରଙ୍କ ପକ୍ଷରୁ ସଂସଦରେ ବିଧେୟକ ଆଗତ କରାଯାଇଛି। ତେବେ ଭାରତର ଏଭଳି ଉଦ୍ୟମକୁ ପାକିସ୍ତାନରେ ବି ପ୍ରଶଂସା କରାଯାଉଛି। ଏଭଳି କୁସଂସ୍କାର ଯୋଗୁ ମୁସ୍ଲିମ୍ ମହିଳାଙ୍କୁ ଅନେକ ସମସ୍ୟାର ଶିକାର ହେବାକୁ ପଡୁଛି ବୋଲି ପାକିସ୍ତାନର ଇସ୍ଲାମିକ୍ ବିଚାରଧାରା ପରିଷଦ (ସିଆଇଆଇ)ର ହୃଦୟଙ୍ଗମ ହୋଇଛି। ତେଣୁ ଏହି ତତ୍କାଳ ଛାଡ଼ପତ୍ର ବ୍ୟବସ୍ଥାକୁ ହଟାଇବା ସହିତ ଏହାକୁ ପ୍ରଶ୍ରୟ ଦେଉଥିବା ଲୋକଙ୍କ ଲାଗି ଦଣ୍ଡବିଧାନ କରିବା ପାଇଁ ବିଚାର କରାଯାଉଛି। ମୁସ୍ଲିମ୍ ସମ୍ପ୍ରଦାୟର ଲୋକମାନେ ଏହି ତିନିତଲାକ୍ କୁଂସ୍କାରକୁ ବ୍ୟବହାର କରି ଏକାଧିକ ମହିଳାଙ୍କୁ ବିବାହ କରୁଛନ୍ତି। ଏହା ବାସ୍ତବରେ ଅସାମ୍ବିଧାନିକ ବୋଲି ସିଆଇଆଇ ମନେକରୁଛି। ଚଳିତମାସ ସିଆଇଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଥିବା ବେଳେ ତିନିତଲାକ୍ ଏଥିରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସୂଚନା ମିଳିଛି। ଇସ୍ଲାମିକ୍ ରିପବ୍ଲିକ୍ ଅଫ୍ ପାକିସ୍ତାନର ଏକ ସାମ୍ବିଧାନିକ କମିଟି ହେଉଛି ସିଆଇଆଇ। ତେଣୁ ସିଆଇଆଇ ପକ୍ଷରୁ ଏ ଦିଗରେ ନିଷ୍ପତ୍ତି ନିଆଯାଇ ପାରିବ ଏବଂ ସରକାରଙ୍କୁ ଏ ନେଇ ସୁପାରିସ କରାଯାଇ ପାରିବ। ସିଆଇଆଇ ଅଧ୍ୟକ୍ଷ କିବ୍ଲା ଆୟାଜ୍ଙ୍କ କହିବାନୁସାରେ ଗତବର୍ଷ ଭାରତର ସୁପ୍ରିମ୍କୋର୍ଟ ତିନିତଲାକ୍ ପ୍ରଥା ଉପରେ ନିଷେଧାଦେଶ ଲଗାଇଥିଲେ। ଏହାଦ୍ୱାରା ଅନେକ ମୁସ୍ଲିମ୍ ମହିଳା ସ୍ୱାଚ୍ଛନ୍ଦ୍ୟରେ ଜୀବନଯାପନ କରିପାରିବେ। ସେମାନଙ୍କ ପ୍ରତି କୌଣସି ଅନ୍ୟାୟ ହେବନାହିଁ। ପାକିସ୍ତାନରେ ବି ଏହା ଏବେ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି।
ଭାରତର ପ୍ରଭାବ: ତିନିତଲାକ୍ ପାଇଁ ପାକିସ୍ତାନରେ ବି ହୋଇପାରେ ଦଣ୍ଡବିଧାନ
/sambad/media/post_attachments/wp-content/uploads/2018/01/Triple-Talaq-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)