ଗୁମ୍ଫା ଭିତରେ ନିଖୋଜ ହେଲେ କୋଚଙ୍କ ସହିତ ଫୁଟବଲ ଟିମର ୧୨ଜଣ ଖେଳାଳି, ୪ ଦିନ ହେଲା ମିଳୁ ନାହିଁ କୌଣସି ଖବର

ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡ ଚିୟାଙ୍ଗ ରାୟ ପ୍ରାନ୍ତସ୍ଥିତ ଥାମ ଲୁଆହ ନାଙ୍ଗ ନୋନ ଗୁମ୍ଫାରେ ଥାଇଲ୍ୟାଣ୍ଡର କିଶୋର ଫୁଟବଲ ଟିମ୍‌ ନିଖୋଜ ହୋଇଯାଇ ଥିବା ଖବର ମିଳିଛି। ଏବେ ବି ସେମାନଙ୍କୁ ଖୋଜିବା  ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରବଳ ବର୍ଷା ହେତୁ ୧୨ କିଶୋର ଫୁଟବଲ ଖେଳାଳି ଓ ସେମାନଙ୍କ କୋଚକୁ ଖୋଜିବା ପାଇଁ ଚାଲିଥିବା ଅପରେସନ୍‌ରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି।

ସୂଚନାଯୋଗ୍ୟ, ଉତ୍ତର ଥାଇଲ୍ୟାଣ୍ଡର ଏକ ଗୁମ୍ଫାରେ ୧୨ଜଣ କିଶୋର ଫୁଟବଲ ଖେଳାଳି ଓ ତାଙ୍କ କୋଚ ଶନିବାର ଫସି ଯାଇଥିଲେ। ଚିୟାଙ୍ଗ ରାଇର ଥାମ ଲୁଆଙ୍ଗ ଗୁମ୍ଫାର ପ୍ରବେଶ ଦ୍ୱାର ନିକଟରେ ଖେଳାଳିଙ୍କ ସାଇକେଲ, ଜୋତା ଓ ଅନ୍ୟ ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଉଦ୍ଧାରକାରୀ ଦଳର ପ୍ରବକ୍ତା  ରୁଏତେବାନ ପେତିସେନ୍‌ କହିଛନ୍ତି, ଅାମର ବିଶ୍ୱାସ ଅଛି ନିଖୋଜ ହୋଇଥିବା ଖେଳାଳି ଏବେ ବି ଜୀବିତ ଅଛନ୍ତି। ବର୍ଷା ଜାରି ରହିଥିବା ହେତୁ ଗୁମ୍ଫା ଭିତରେ ପାଣି ଭରିଯିବା କାରଣରୁ ବୋଧ ହୁଏ ସେମାନେ ଫସି ଯାଇଛନ୍ତି। ତେବେ ୭୨ଘଣ୍ଟା ଧରି ଅନୁସନ୍ଧାନ ଚାଲି ଥିଲେ ବି ସେମାନେ କେଉଁଠାରେ ଅଛନ୍ତି ତାହା ଜଣାପଡ଼ି ନାହିଁ। ଫୁଟବଲ୍‌ ଟିମ୍‌ର ନିଖୋଜ ହୋଇଥିବା ୧୨ଜଣ ଖଳାଳିଙ୍କ ବୟସ ୧୧ରୁ ୧୬ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର