ମଦ ପିଆଇ ନାବାଳିକାଙ୍କୁ ଗଣଦୁଷ୍କର୍ମ; ୪ ଗିରଫ

ଅହମ୍ମଦାବାଦ: ଗୁଜୁରାଟ କଚ୍ଛ ଜିଲ୍ଲାର ଭୁଜ ସହର ଉପକଣ୍ଠରେ ଚନୈକା ୧୭ ବର୍ଷୀୟା ନାବାଳିକାକୁ ଅପହରଣ କରିନେବା ପରେ ତାଙ୍କୁ ବଳ ପୂର୍ବକ ଦେଶୀମଦ ପିଆଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଏହି ଜଘନ୍ୟ ଅପରାଧ ସଂପର୍କରେ ରବିବାର ସୂଚନା ଦେଇ କଚ୍ଛ ପଶ୍ଚିମ ଆରକ୍ଷୀ ଅଧୀକ୍ଷକ ସୌରଭ ସିଂ କହିଛନ୍ତି, ଭୁଜିଆ ଅଞ୍ଚଳର ଏକ ପାହାଡ ପାଦଦେଶରେ ଥିବା ଏକ ଫାର୍ମରେ ଘଟିଥିବା ଏହି ଅପରାଧରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ନାବାଳିକା ପୀଡିତା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇବା ପରେ ଆଖପାଖରେ ରହୁଥିବା ଲୋକମାନେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ବୋଲି ସେ କହିଛନ୍ତି।

ନାବାଳିକା ଜଣକ ତାଙ୍କର ଜଣେ ବନ୍ଧୁଙ୍କ ସହ ଫାର୍ମକୁ ଯାଇଥିଲେ। ଯେଉଁଠାରେ ଅଭିଯୁକ୍ତମାନେ ତାଙ୍କୁ ବଳପୂର୍ବକ ଦେଶୀମଦ ପିଆଇ ଦେଇଥିଲେ ଏବଂ ନିଜେ ମଧ୍ୟ ପାଇଥିଲେ। ପରେ ସେମାନେ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ପୀଡ଼ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଚାରି ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିଛି ବୋଲି ଏସପି କହିଛନ୍ତି।
ପୀଡିତା ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ମନେ ରଖିଛନ୍ତି। ଯାହା ପରେ ସେ ମଦର ପ୍ରଭାବ ହେତୁ ଚେତାଶୂନ୍ୟ ହୋଇଯାଇଥିଲେ। ପୀଡ଼ିତା ଚେତାଶୂନ୍ୟ ହୋଇ ପଡ଼ିଥିବା ଥିବା ବେଳେ ଅନ୍ୟ ୩ ଅଭିଯୁକ୍ତ ତାଙ୍କୁ ଦୁଷତକର୍ମ କରିଥିଲେ ବୋଲି ଏସପି ସିଂ କହିଛନ୍ତି।

ଏହି ଚାରି ଜଣ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୩୬୬ (ଅପହରଣ), ୩୨୮ (ବିଷ ମାଧ୍ୟମରେ ଆଘାତ ଦେବା), ୩୭୬ (ବଳାତ୍କାର), ଏବଂ ୧୧୪ (ଅପରାଧ ଘଟିବା ସମୟରେ ଉପସ୍ଥିତ ଥିବା ପ୍ରବର୍ତ୍ତକ) ଏବଂ ଯୌନ ଅପରାଧରୁ ଶିଶୁସୁରକ୍ଷା (ପୋକ୍ସୋ) ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି ସେ କହିଛନ୍ତି।

ନାବାଳିକାଙ୍କୁ ଏକରୁ ଅଧିକ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ପୀଡିତାଙ୍କ ଡାକ୍ତରୀ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଅନୁସନ୍ଧାନରେ ଜଡିତ ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଗିରଫ ଅଭିଯୁକ୍ତ ହୁସେନ କାକାଲ (୩୫), ରାହୁଲ ସାଥୱାରା (୧୯), ଭାଲଜୀ ଭାଧିୟାରା (୨୪) ଏବଂ ମହେଶେଶ୍ୱରୀ (୨୦)ଙ୍କୁ ପୀଡ଼ିତା ଚିହ୍ନଟ କରିବା ପରେ ଅଭିଯୁକ୍ତମାନଙ୍କୁ ୧୦ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର