ବିଜୁଳି ଖୁଣ୍ଟରେ ମୁଣ୍ଡ ପିଟି ହେବାରୁ ଚଳନ୍ତା ଟ୍ରେନ୍‌ରୁ ମୁହଁ କାଢ଼ି ଥିବା ତରୁଣ ମୃତ

ମୁମ୍ବାଇ: ଶୁକ୍ରବାର ଦିନ ଡକ୍‌ୟାର୍ଡ ରୋଡ୍‌ ଷ୍ଟେସନ୍‌ ନିକଟରେ ପାନ୍‌େଓ୍ଵଲ୍‌ ଯାଉଥିବା ଏକ ଟ୍ରେନ୍‌ରୁ ମୁହଁ କାଢ଼ିଥିବା ଜଣେ ୧୭ ବର୍ଷିୟ ଛାତ୍ରଙ୍କ ମୁଣ୍ଡ ବିଜୁଳି ଖୁଣ୍ଟରେ ମାଡ଼ ଖାଇବାରୁ ତାଙ୍କର ମୃତ୍ୟୁ ଘଟିଛି। ତରୁଣଙ୍କର ନାମ ଜୁବେର୍‌ ସିଦ୍ଦିକି ଶେଖ୍‌। ଯେଉଁ ଟ୍ରେନ୍‌ରୁ ସେ ପଡ଼ି ଗଲେ ସେହି ଟ୍ରେନ୍‌ ହିଁ ତାଙ୍କୁ ଚାପା ଦେଇ ଚାଲି ଯାଇଥିଲା।

ବାର୍ଷିକ ସେକେଣ୍ଡାରି ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ଦେଇ ସେ ଓ୍ଵାଦାଲାସ୍ଥିତ ତାଙ୍କ ଘରକୁ ଫେରୁଥିଲେ।

ପୁଲିସ କହିବା ଅନୁସାରେ, ଶେଖ୍‌ ଶୁକ୍ରବାର ଦିନ ତାଙ୍କ ସ୍କୁଲ୍‌ରେ ଭୂଗୋଳ ପରୀକ୍ଷା ଦେଇ ସାରି ଦିନ ପ୍ରାୟ ୧ଟା ବେଳେ ପରୀକ୍ଷା କେନ୍ଦ୍ରରୁ ଆସିଥିଲେ। ତା’ପରେ ଶୁକ୍ରବାର ନମାଜ ପଢ଼ିବାକୁ ଗୋଟାଏ ମସ୍‌ଜିଦ୍‌କୁ ଯାଇ ନିଜର ଚାରି ସାଙ୍ଗଙ୍କ ସହ ଅପରାହ୍ଣ ୨: ୩୦ରେ ପାନେଓ୍ଵଲ୍‌ ଗାମୀ ଟ୍ରେନ୍‌ରେ ଘରକୁ ଫେରୁଥିଲେ।

ଟ୍ରେନ୍‌ ଡକ୍‌ୟାର୍ଡ ରୋଡ୍‌ ଷ୍ଟେସନ୍‌ ପାଖା ପାଖି ହେଉଥିବା ବେଳେ ବାହାରକୁ ମୁହଁ କାଢ଼ିଥିବା ଶେଖ୍‌ଙ୍କ ମୁଣ୍ଡ ଦୁଇଟି ଧାରଣା ମଧ୍ୟରେ ଥିବା ବିଜୁଳି ଖୁଣ୍ଟରେ ମାଡ଼ ଖାଇବାରୁ ସେ ପଡ଼ି ଯାଇଥିଲେ ଏବଂ ତାଙ୍କ ଡାହଣ ହାତ ଉପରେ ସେହି ଟ୍ରେନ୍‌ ଚଢ଼ି ଯାଇଥିଲା।

ସାଙ୍ଗମାନେ ଓ ଅନ୍ୟ ଯାତ୍ରୀମାନେ ଚିତ୍କାର କରି ଜିଆର୍‌ପିକୁ ସୂଚନା ଦେଇଥିଲେ। ସେମାନେ ଯାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳେକୁ ଶେଖ୍‌ଙ୍କର ମୃତ୍ୟୁ ହୋଇ ସାରିଥିଲା।

ତାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେ ମୃତାବସ୍ଥାରେ ଆସିଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ। ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର