ନୂଆଦିଲ୍ଲୀ : ଇଂଲଣ୍ଡରେ ରହୁଥିବା ୧୮ବର୍ଷୀୟ ସେଫ୍ରନ୍ ହୈକରଙ୍କ ସହ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପେଟରେ ପତଳା ଲାଇନ୍ ଦେଖାଯିବା ପରେ ହଠାତ୍ କିପରି ପେଟ ଫୁଲିଗଲା,ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ମୁତାବକ, ସେଫ୍ରନ୍ ଜିମ୍ରୁ ଆସିବା ପରେ ଘରେ ଦର୍ପଣ ଆଗରେ ଠିଆ ହୋଇଥିଲେ । ଏହି ସମୟରେ ତାଙ୍କ ପେଟ ଭିତରେ କିଛି ଚାଲୁଥିବାର ତାଙ୍କୁ ନଜର ଆସିଥିଲା । ଏହା କ’ଣ ବୋଲି ଜାଣିବା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିବା ପରେ ଡ଼ାକ୍ତର ପରୀକ୍ଷା ଆରମ୍ଭ କରିଥିଲେ । ରିପୋର୍ଟ ଆସିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଉଭୟ ଡ଼ାକ୍ତର ଏବଂ ସେଫ୍ରନ୍ । ରିପୋର୍ଟରେ ସେଫ୍ରନ୍ ୯ମାସର ଗର୍ଭବତୀ ବୋଲି ସାମ୍ନାକୁ ଆସିଥିଲା । ଯାହାକୁ ସହଜରେ ବିଶ୍ୱାସ କରି ପାରି ନଥିଲେ ସେଫ୍ରନ୍ । ୯ମାସର ଗର୍ଭବତୀ ହୋଇ ମୋର ପେଟ କେମିତି ଫୁଲି ନାହିଁ ବୋଲି ପଚାରିବା ପରେ ପିଲାଟି ପେଟର ପଛ ଭାଗକୁ ବୁଲି ଯାଇଥିବାରୁ ପେଟ ଫୁଲି ନଥିଲା ବୋଲି କହିଥିଲେ ଡ଼ାକ୍ତର । ଏହା ସହ ଯେତେବେଳେ ପିଲାଟିକୁ ଡ଼ାକ୍ତର ବୁଲାଇ ଠିକ୍ ସ୍ଥାନକୁ ଆଣିଥିଲେ,ସେତେବେଳେ ସେଫ୍ରନ୍ଙ୍କ ପେଟ ଆପେ ଅପେ ଫୁଲି ଯାଇଥିଲା ।
/sambad/media/post_attachments/wp-content/uploads/2018/12/10696-When_Is_It_Safe_to_Announce_Your_Pregnancy-_1296x728-header-300x168.jpg)
ନିଜର ଏଭଳି ଅନୁଭୂତି ଉପରେ ସେଫ୍ରନ୍ ନିଜର ମତ ରଖି,ଆଗରୁ ଏପରି କେବଳ ଖବରକାଗଜରେ ପଢ଼ିଥିଲି କି କିଛି ମହିଳା ଅଜାଣତରେ ଗର୍ଭବତୀ ହୋଇ ଯାଇଥାନ୍ତି । କିନ୍ତୁ ଏବେ ମୋ ସହିତ ହେବା ପରେ ମୁଁ ଅନୁଭବ କରି ପାରୁଛି ବୋଲି କହିଥିଲେ । ଗର୍ଭବତୀ ଥିବା କଥା ଜାଣିବାର ୬ ସପ୍ତାହ ପରେ ସେଫ୍ରନ୍ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏବେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି ।