ଗୁଜୁରାଟ ଦଙ୍ଗା ମାମଲା : ତିସ୍ତା ସିତଲବାଡଙ୍କ ଜାମିନ ନାମଞ୍ଜୁର

ଅହମଦାବାଦ : ସାମାଜିକ କର୍ମୀ ତିସ୍ତା ସିତଲବାଡ ଓ ପୂର୍ବତନ ପୁଲିସ ଅଧିକାରୀ ଆର.କେ.ଶ୍ରୀକୁମାରଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ଶନିବାରଦିନ ଗୁଜୁରାଟର ଏକ କୋର୍ଟ ଉଭୟଙ୍କ ଜାମିନ ଆବେଦନ ନାମଂଜୁର କରିଛି ।
ଅହମଦାବାଦର ସେସନ୍ସ କୋର୍ଟର ଅତିରିକ୍ତ ପ୍ରିନ୍ସିପାଲ ଜଜ୍ ଡି.ଡି.ଠକ୍କର ଉଭୟଙ୍କ ଜାମିନ ଆବେଦନ ନାମଞ୍ଜୁର କରିଦେଇଛନ୍ତି ।
୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ କେତେକ ନିରୀହ ଲୋକଙ୍କୁ ଫସାଇବା ମାମଲାରେ ତାଙ୍କ ବିରୋଧରେ ଗୁଜୁରାଟ ଏସଆଇଟି ତଦନ୍ତ କରୁଛି । କିନ୍ତୁ ଉଭୟ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ।

ଏହି ମାମଲାରେ ଉଭୟଙ୍କୁ ମାସକ ତଳେ ଗିରଫ କରାଯାଇଥିଲା । ଏହା ସହିତ ଆଇପିଏସ ଅଧିକାରୀ ସଂଜୀବ ଭଟ୍ଟଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଥିବା ତତକାଳୀନ ଗୁଜୁରାଟ ସରକାରକୁ ଅସ୍ଥିର କରିବାକୁ କଂଗ୍ରେସ ନେତା ଅହମଦ ପଟେଲଙ୍କ ପ୍ରରୋଚନାରେ ଏମାନେ ନକଲି କାଗଜପତ୍ର ଓ ତଥ୍ୟ ପ୍ରମାଣ ତିଆରି କରି ନିରୀହ ଲୋକମାନଙ୍କୁ ଦଙ୍ଗାକାରୀଭାବେ ପ୍ରମାଣ କରାଯାଉଥିଲା ।

ଏହି କାର୍ଯ୍ୟପାଇଁ ତିସ୍ତା କଂଗ୍ରେସ ନେତା ଅହମଦ ପଟେଲଙ୍କଠାରୁ ୩୦ ଲକ୍ଷ ନେଇଥିବା ଏସଆଇଟି ଅଭିଯୋଗ କରିଛି । ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ପରେ ଏହି ଅର୍ଥ ଦିଆଯାଇଥିଲା । ସେହିପରି ଶ୍ରୀକୁମାର ନିଜ ପଦର ଦୁରୁପଯୋଗ କରି ନିର୍ବାଚିତ ସରକାରକୁ ଅସ୍ଥିର କରିବାକୁ ଚକ୍ରାନ୍ତ କରିଥିଲେ ବୋଲି ଏସଆଇଟି କହିଛି ।

ସମ୍ବନ୍ଧିତ ଖବର