ନୂ୍ଆଦିଲ୍ଲୀ : ବହିଷ୍କୃତ ବିଏସଏଫ୍ ଯବାନ ତେଜ ବାହାଦୁର ଯାଦବଙ୍କୁ ଆଜି ନିର୍ବାଚନ କମିସନ୍ ନୋଟିସ୍ କରିଛନ୍ତି। ତେଜ ବାହାଦୁର ଯାଦବ ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାପାଇଁ ଦାଖଲ କରିଥିବା ଦୁଇଟି ପ୍ରାର୍ଥିପତ୍ରରେ ବିସଙ୍ଗତି ରହିଛି। ତେଣୁ ତାଙ୍କ ପ୍ରାର୍ଥିପତ୍ର ବାତିଲ ହୋଇପାରେ। ତେଜ ବାହାଦୁର ପ୍ରଥମେ ବାରଣାସୀ ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପରେ ଗତକାଲି ସେ ସପାରେ ଯୋଗ ଦେବା ପରେ ସପା-ବସପା-ଆରଏଲଡି ମେଣ୍ଟ ପ୍ରାର୍ଥୀ ଭାବେ ବାରଣାସୀରୁ ପୁଣିଥରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିନ୍ତୁ ଦୁଇଟି ଯାକ ପ୍ରାର୍ଥିପତ୍ରରେ ବିସଙ୍ଗତି ଦେଖାଦେବାରୁ ନିର୍ବାଚନ କମିସନ୍ ଏନେଇ ତେଜ ବାହାଦୁରଙ୍କୁ ନୋଟିସ୍ କରିଛନ୍ତି। ତେଜ ବାହାଦୁର ବିଏସଏଫ୍ରୁ ଏନ୍ଓସି (ନୋ ଅବଜେକ୍ସନ୍ ସାର୍ଟିଫିକେଟ୍) ଆଣିବାପାଇଁ ନିର୍ବାଚନ କମିସନ କହିଛନ୍ତି। ମେ’ ୧ ତାରିଖ ଦିନ ୧୧ ଟା ସୁଦ୍ଧା ଏବାବଦରେ ଜବାବ ରଖିବାପାଇଁ ତେଜ ବାହାଦୁରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ତେଜ ବାହାଦୁର କହିଛନ୍ତି ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର। ସେ ଦାବି କରିଛନ୍ତି ଯେ ତାଙ୍କୁ ବିପୁଳ ସମର୍ଥନ ମିଳୁଥିବା ଜାଣିବାପରେ ସରକାର ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୭ରେ ବିଏସଏଫ ଯବାନ ଜେତବାହାଦୁର ଯାଦବଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଯବାନମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ କରି ତେଜ ବାହାଦୁର ଅନଲାଇନ୍ରେ କିଛି ଭିଡିଓ ପୋଷ୍ଟ୍ କରିଥିଲେ। ଏଭଳି ଦାବି ପରେ ବିଏସଏଫ୍ ଉକ୍ତ ଘଟଣାର ତଦନ୍ତ ପାଇଁ କୋର୍ଟ ଅଫ୍ ଏନ୍କ୍ବାରି ଗଠନ କରିଥିଲା। ଗୃହ ମନ୍ତ୍ରାଳୟ ମଧ୍ୟ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ବିଏସଏଫ୍ରୁ ବହିଷ୍କାର କରାଯାଇଥିଲା।
ତେଜ ବାହାଦୁରଙ୍କ ପ୍ରାର୍ଥିପତ୍ର ବାତିଲ ହୋଇପାରେ
ବିଏସ୍ଏଫ୍ର ପ୍ରମାଣପତ୍ର ଦେବାକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2019/05/tej_bahadur_yadav__1556597394.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)