ନୂଆଦିଲ୍ଲୀ: ବିବାଦୀୟ ବହିଷ୍କୃତ ବିଏସ୍ଏଫ୍ ଯବାନ ତେଜ୍ ବାହାଦୁର ଯାଦବଙ୍କ ସଙ୍କଟ ଏବେ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରିଥିବା ତେଜ ବାହାଦୁରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ୫୦ କୋଟି ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୩ ଦିନ ଭିତରେ ହତ୍ୟା କରାଇ ଦେବି ବୋଲି ଏହି ଭିଡିଓରେ ତେଜ ବାହାଦୁର କହୁଥିବା ଶୁଣିବାକୁ ମିଳୁଛି। ଏଥିପାଇଁ ତେଜ ବାହାଦୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ବାରାଣସୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଜର ପ୍ରାର୍ଥୀପତ୍ର ଖାରଜ ହେବା ପରେ ତେଜ୍ ବାହାଦୁର ଏଭଳି କହିଥିବା ଚର୍ଚ୍ଚା ହେଉଛି। ଏହି ଭାଇରାଲ ଭିଡିଓର ତଦନ୍ତ ଚାଲିଥିବା ବେଳେ ତେଜ ବାହାଦୁରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ସଂଗଠନ ଦାବି କରିଛନ୍ତି। ଅପରପକ୍ଷରେ ତେଜ ବାହାଦୁର କହିଛନ୍ତି ଯେ ଭିଡିଓରେ ସେ ଅଛନ୍ତି , ମାତ୍ର ସେହି କଣ୍ଠସ୍ୱର ତାଙ୍କର ନୁହେଁ।
ତେଜ ବାହାଦୁରଙ୍କ ସଙ୍କଟ ବଢ଼ିଲା:ମୋଦୀଙ୍କୁ ‘ହତ୍ୟା’ ବୟାନ ପାଇଁ ମାମଲା ରୁଜୁ
/sambad/media/post_attachments/wp-content/uploads/2019/05/tez_0-750x430-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)