ଜେଜେପି ଛାଡ଼ିଲେ ତେଜ ବାହାଦୁର ଯାଦବ

ନୂଆଦିଲ୍ଲୀ : ପୂର୍ବତନ ବିଏସଏଫ୍‌ ଯବାନ ତେଜ ବାହାଦୁର ଯାଦବ ଜେଜେପି (ଜନନାୟକ ଜନତା ପାର୍ଟି)ରୁ ଇସ୍ତଫା ଦେଇଛନ୍ତି। ନୂଆ ହରିୟାଣା ସରକାର ଗଠନ ପାଇଁ ବିଜେପି ଏବଂ ଜେଜେପି ମେଣ୍ଟ ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହେବାପରେ ଯାଦବ ଜେଜେପି ଛାଡ଼ି ଦେଇଛନ୍ତି। ଯାଦବ କହିଛନ୍ତି ଜେଜେପି ହେଉଛି ବିଜେପିର ବି ଟିମ୍‌। ଜେଜେପି ମୁଖ୍ୟ ଦୁଶ୍ୟନ୍ତ ଚୌତାଲା ବିଜେପିକୁ ସମର୍ଥନ କରି ହରିୟାଣା ଲୋକଙ୍କ ସହ ବିଶ୍ବାସଘାତ କରିଛନ୍ତି ବୋଲି ଯାଦବ କହିଛନ୍ତି। ଜେଜେପି‌ରେ ଯୋଗ ଦେବା ବହୁତ ବଡ଼ ଭୁଲ୍‌ ଥିଲା ‌ବୋଲି ଯାଦବ କହିଛନ୍ତି। ଏସଂକ୍ରାନ୍ତରେ ସେ ଏକ ଭିଡିଓ ଫେସବୁକ୍‌‌ରେ ‌ପୋଷ୍ଟ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ ତେଜ ବାହାଦୁର ଯାଦବ ଗତମାସ ଜେଜେପି‌ରେ ଯୋଗ ଦେଇଥିଲେ। ହରିୟାଣାର କର୍ନଲ୍‌ ଆସନରୁ ସେ ମନୋହର ଲାଲ୍‌ ଖଟ୍ଟରଙ୍କ ବିରୋଧରେ ନିର୍ବା‌ଚନ ଲଢ଼ିଥିଲେ।

ସମ୍ବନ୍ଧିତ ଖବର