ବିନ୍ଧ୍ୟାଚଳରେ ଯଜ୍ଞାନୁଷ୍ଠାନ କରୁଥିଲେ ତେଜ ପ୍ରତାପ , ଜାଣନ୍ତୁ କାହିଁକି

ହରିଦ୍ୱାର : ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଏଯାଏଁ ଘରକୁ ଫେରିନାହାଁନ୍ତି। ସେ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବା ଲାଗି ଆବେଦନ ଦେବାପରେ ବାହାରେ ରହୁଛନ୍ତି। ତେବେ ସେ ଦୀପାବଳି ଦିନ ସେ ଏକ ଯଜ୍ଞାନୁଷ୍ଠାନ କରିଥିବା ଜଣାଯାଇଛି। ଦୀପାବଳିରେ ତେଜ ପ୍ରତାପଙ୍କ ମାଆ। ରାବ୍ରିଦେବୀ ଓ ପତ୍ନୀ ଐଶ୍ୱର୍ଯ୍ୟା ତାଙ୍କର ଫେରିବା ବାଟକୁ ଚାହିଁଥିଲେ।
କୁହାଯାଉଛି ଯେ ଗୁରୁବାର ଦିନ ତେଜ ପ୍ରତାପ ପରିବାରରେ ଶାନ୍ତ ଲାଗି ବିନ୍ଧ୍ୟାଚଳରେ ଯଜ୍ଞ କରାଇଛନ୍ତି। ଏହାପୂର୍ବରୁ ତେଜପ୍ରତାପ ଲାଲୁ ଯାଦବଙ୍କୁ ରାଞ୍ଚିରେ ସାକ୍ଷାତ କରିଥିଲେ। ତା’ପରେ ସେ ବାରାଣାସୀ ଯାଇଥିିଲେ। ଆଗରରୁ ସେ କିଛି ଦିନ ବୃନ୍ଦାବନରେ ମଧ୍ୟ ରହିଥିିଲେ। ତେଜ ପ୍ରତାପ କହିଛନ୍ତି ଯେ ସେ ଧାର୍ମିକ ସ୍ୱଭାବର ମଣିଷ। ଏଣୁ ଯଜ୍ଞାଦି କର୍ମ କରିବାକୁ ପସନ୍ଦ କରନ୍ତି।


ତେବେ, ଗତକାଲି ଅପରାହ୍ଣରେ ହଠାତ୍ ହରିଦ୍ୱାରରେ ଆବିର୍ଭାବ ହୋଇଥିଲେ ନିଖୋଜ ଥିବା ତେଜ୍ ପ୍ରତାପ। ଆଉ ଚରମବାଣୀ ଶୁଣାଇ କହିଥିଲେ ଯେ ଛାଡ଼ପତ୍ର ମାମଲାରେ ଯେପର୍ଯ୍ୟନ୍ତ ନିଜ ପରିବାର ଲୋକେ ତାଙ୍କୁ ସମର୍ଥନ ଦେଇ ନାହାନ୍ତି ସେପର୍ଯ୍ୟନ୍ତ ସେ ଘରକୁ ଫେରିବେ ନାହିଁ।

ସମ୍ବନ୍ଧିତ ଖବର