ଲାଲୁଙ୍କ ବୋହୂଙ୍କ ଗମ୍ଭୀର ଅଭିଯୋଗ, ‘ଶାଶୁ ରବଡି ଓ ନଣନ୍ଦ ମୋତେ ଖାଇବାକୁ ନଦେଇ, ଘରୁ ଧକ୍କା ମାରି ବାହାର କରି ଦେଇଛନ୍ତି’

ପଟନା: ତେଜ ପ୍ରତାପ ଯାଦବଙ୍କ ବିରୋଧରେ ମାମଲା ଲଢ଼ୁଥିବା ଐଶ୍ୱର୍ଯ୍ୟା ପ୍ରଥମଥର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଚଳିତ ଥର ଐଶ୍ୱର୍ଯ୍ୟା ତାଙ୍କ ଶାଶୁ ରାବଡି ଦେବୀଙ୍କ ସହିତ ତେଜ ପ୍ରତାପଙ୍କ ଭଉଣୀ ଶିଶା ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ରାବଡି ଦେବୀଙ୍କ ଉପରେ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି।

ରବିବାର ଦ୍ୱିପହର ସମୟରେ ରାବଡି ଦେବୀଙ୍କ ସରକାରୀ ଘର ବାହାରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଲାଲୁପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଘରୁ ବାହାରକୁ ବାହାରି ଆସିଥିଲେ। ଐଶ୍ୱର୍ଯ୍ୟାଙ୍କ ସହିତ ତାଙ୍କ ମା’ ଓ ବାପା ବି ଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ଐଶ୍ୱର୍ଯ୍ୟା କହନ୍ତି, ଶିଶା ଭାରତୀମୋତେ ରୋଷେଇ ଘରକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ। ଜୁନ୍‌ ମାସରେ ତ ମୋତେ ଖାଇବାକୁ ଦେଇ ନଥିଲେ। ମୁଁ ଯାହା ଖାଇବା ଖାଇଥାଏ, ମୋର ବାପ ଘରୁ ଆସିଥାଏ। ଗତ ରାତିରେ ବି ମୋତେ ଶାଶୁ ଓ ନଣନ୍ଦ ଖାଇବାକୁ ଦେଇ ନାହାନ୍ତି। ଆଜିଠାରୁ ନବରାତ୍ରୀ ଆରମ୍ଭ ହୋଇଛି। ତେଣୁ ଉପବାସ ରହିଛି। କିନ୍ତୁ ପାଣି ପିଇବା ପାଇଁ ରୋଷେଇ ଘର ଚାବି ମାଗିବାରୁ ନଣନ୍ଦ ଶିଶା ଭାରତୀ ଓ ରାବଡି ଦେବୀ ଦୁର୍ବ୍ୟବହାର କରିଥିଲେ। ଏବଂ ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ।

ତେଜ ପ୍ରତାପ ଯାଦବଙ୍କ ମା’ ରାବଡି ଦେବୀ ଐଶ୍ୱର୍ଯ୍ୟା ଆଣିଥିବା ଏହି ଅଭିଯୋଗର ସଫେଇ ଦେଇ କହିଛନ୍ତି, ସେ ଐଶ୍ୱର୍ଯ୍ୟାଙ୍କୁ ଘରେ ରଖି ପାରିବେ ନାହିଁ। ଐଶ୍ୱର୍ଯ୍ୟାଙ୍କୁ ରଖିଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି।’

ଐଶ୍ୱର୍ଯ୍ୟାଙ୍କ ସହିତ ତାଙ୍କ ପିତା ବି ଏହି ଘଟଣାକୁ ନେଇ କହିଛନ୍ତି, ‘ମୋତେ ଖରାପ ଲାଗୁଛି କି ଝିଅର ବାହାଘର ଏମିତି ଘରେ କରିଛି। ଲାଲୁଙ୍କ ପରିବାର ଏମିତି ବ୍ୟବହାର କରିବେ ମୁଁ କେବେ ଭାବି ବି ନଥିଲି। ଝିଅର ଘରସଂସାର ନଭାଙ୍ଗୁ ସେଥିପାଇଁ ମୁଁ ଏବଯାତ ଚୁପ ରହିଥିଲି।’

ସମ୍ବନ୍ଧିତ ଖବର