ତେଜ୍‌ ପ୍ରତାପ ନିଖୋଜ ନାହାନ୍ତି: ଶାନ୍ତି ପାଇଁ ବାରଣାସୀ ଯାଇଛନ୍ତି

ପାଟ୍‌ନା: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍‌ ପ୍ରତାପ ଯାଦବ  ବିବାହର ମାତ୍ର ଛଅମାସ ଭିତରେ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କଠାରୁ ଛାଡ଼ପତ୍ର ଚାହିଁବା ପରେ କେଉଁଆଡ଼େ ନିଖୋଜ ଅଛନ୍ତି ବୋଲି କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା। ମାତ୍ର ତେଜ୍‌ ପ୍ରତାମ ନିଖୋଜ ଥିବା କଥାଟି ସଂପୂର୍ଣ୍ଣ ମିଛ। ତେଜ୍‌ ପ୍ରତାପ ରାଞ୍ଚିଠାରେ ତାଙ୍କ ବାପାଙ୍କୁ ଭେଟିବା ପରେ କେଉଁଆଡ଼େ ହଜି ଯାଇଥିବା ଚର୍ଚ୍ଚା ହୋଇଥିଲା।

ମାତ୍ର ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘ ତେଜ୍‌ ପ୍ରତାପ ତାଙ୍କର କିଛି ସମର୍ଥକଙ୍କୁ ସଂଯୋଗ କରି ବାରଣାସୀରେ ରହିଛନ୍ତି। ତାଙ୍କ ପରିବାର ଲୋକ ବିଶେଷ କରି ତାଙ୍କ ମାଆ ତାଙ୍କର ଏପରି ନିଷ୍ପତ୍ତିକୁ ସମର୍ଥନ ନ କରିବା ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ତେବେ ଜାଣିବାକୁ ମିଳିଛି ଯେ ଧାର୍ମିକ ସ୍ୱଭାବର ତେଜ୍‌ ପ୍ରତାପ ଏପରି ମାନସିକ ଅଶାନ୍ତିକୁ ଟିକେ ଶାନ୍ତି ପାଇବା ପାଇଁ ବାରଣାସୀ ଯାଇଛନ୍ତି। ଖୁବ୍‌ ଶୀଘ୍ର ଘରକୁ ଫେରିବେ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର