ସ୍ୱାମୀଙ୍କ ଟଙ୍କାରେ ଛାଡ଼ପତ୍ର ମାମଲା ଲଢିବେ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡ଼ପତ୍ର ପ୍ରକ୍ରିୟାର ଶୁଣାଣି ଗତ ମଙ୍ଗଳବାର ପାଟନା ପାରିବାରିକ ଅଦାଲତରେ ଆରମ୍ଭ ହୋଇଯାଇଛି। ଏହି ସମୟରେ କୋର୍ଟ ତେଜପ୍ରତାପ ଯାଦବଙ୍କୁ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଭରଣପୋଷଣ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାମୀ ତେଜପ୍ରତାପ ଐଶ୍ୱର୍ଯ୍ୟାଙ୍କୁ ପ୍ରତିମାସରେ ୨୨ ହଜାର ଟଙ୍କା ଦେବେ। କେବଳ ଏତିକି ନୁହେଁ ଭରଣପୋଷଣ ଦାୟିତ୍ୱ ସହ ଛାଡ଼ପତ୍ର ମାମଲା ଲଢିବା ପାଇଁ ବି ପତ୍ନୀଙ୍କୁ ସେ ଅତିରିକ୍ତ ଦୁଇ ଲକ୍ଷ ଟଙ୍କା  ଦେବେ।

ସୂଚନାଯୋଗ୍ୟ ଯେ, ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ୨୦୧୯ ନଭେମ୍ବର ୩ ତାରିଖରେ ପାଟନାସ୍ଥିତ ପାରିବାରିକ ଅଦାଲତରେ ଭରଣପୋଷଣ ପ୍ରସଙ୍ଗ ନେଇ ଆବେଦନ କରିଥିଲେ। ଏହାପରେ ଡିସେମ୍ବର ୧୭ ତାରିଖରେ ଏହାର ଶୁଣାଣି ହୋଇଥିଲା।

TellyUpdates.Tv

ଏହି ସମୟରେ ଅଦାଲତ ସମ୍ମୁଖରେ ଐଶ୍ୱର୍ଯ୍ୟା କହିଥିଲେ କି, ତାଙ୍କ ଶାଶୁଘର ଲୋକ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଏଥିସହିତ ସ୍ୱାମୀ ତେଜପ୍ରତାପ ତାଙ୍କ ସହିତ ନରହି ଅଲଗା ରୁହନ୍ତି। ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାମରେ ମଧ୍ୟ ଐଶ୍ୱର୍ଯ୍ୟା ମାମଲା ରୁଜୁ କରିଛନ୍ତି।

ଅନ୍ୟପକ୍ଷରେ ବିବାହର ୬ ମାସ ନପୁରୁଣୁ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାପାଇଁ ତେଜପ୍ରତାପ ପାଟନା ପାରିବାରିକ ଅଦାଲତରେ ଆବେଦନ କରିଥିଲେ। ଛାଡ଼ପତ୍ର ଦେବା ପଛର ମୁଖ୍ୟ କାରଣ ପ୍ରତାରଣା ବୋଲି ତେଜପ୍ରତାପ ଅଦାଲତରେ ଦାଖଲ କରିଥିବା ଆବେଦନରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର