ସରକାରଙ୍କ ୮୩ଟି ତେଜସ ବିମାନ ଖରିଦ ନିଷ୍ପତ୍ତି ଦ୍ବାରା ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ : ରାଜନାଥ

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍)ଠାରୁ ୮୩ଟି ତେଜସ ବିମାନ ଖରିଦ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଂଜୁରୀ ଦ୍ବାରା ଦେଶରେ ପ୍ରାୟ ୫୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଜି ସେନାର ଭେଟେରାନ୍ସ ଡେ ଅବସରରେ ଅନୁଷ୍ଠିତ ଏକ ସମାରୋହରେ ଯୋଗ ଦେଇ ସେ ଏକଥା କହିଛନ୍ତି ।

ଏହା ପୂର୍ବରୁ ସେ କହିଥିଲେ ଯେ ଭାରତୀୟ ବାୟୁସେନା ପାଖକୁ ୮୩ଟି ତେଜସ ବିମାନ ଆସିବା ଦ୍ବାରା ବାୟୁସେନାର ଶକ୍ତିବୃଦ୍ଧି ପାଇବ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବିମାନଗୁଡ଼ିକ ବାୟୁସେନାର ମେରୁଦଣ୍ଡ ପାଲଟିବ । ତେଜସ ଉତ୍ପାଦନ ପାଇଁ ହାଲ ପକ୍ଷରୁ ଇତି ମଧ୍ୟରେ ନିଜର ନାସିକ ଓ ବାଙ୍ଗାଲୁରୁ କାରଖାନା ପରିସରରେ ଅତିରିକ୍ତ କାରଖନା ସ୍ଥାପନ କରାଯାଇଛି ।

ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ଗତକାଲି (ବୁଧବାର) ପ୍ରାୟ ୪୮ ହଜାର କୋଟି ଟଙ୍କା ବିନିମୟରେ ୮୩ଟି ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଥିଲା । ଏହି ୮୩ଟି ବିମାନ ମଧ୍ୟରେ ୭୩ଟି ତେଜସ ଲଢୁଆ ବିମାନ ଓ ୧୦ଟି ତେଜସ ଅଭ୍ୟାସ ବିମାନ ଅନ୍ତର୍ଭୁକ୍ତ ।

 

ସମ୍ବନ୍ଧିତ ଖବର