ନୂଆଦିଲ୍ଲୀ: ଆଗାମୀ ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ତେଜସ ଟ୍ରେନର ସେବା | ଭାରତର ପ୍ରଥମ ଘରୋଇ ଟ୍ରେନ ‘ତେଜସ ଏକ୍ସପ୍ରେସ’ ଦିଲ୍ଲୀଠାରୁ ଲକ୍ଷ୍ନୌ ଯାଏଁ ଚଳାଚଳ କରିବ। ଏହି ଟ୍ରେନରେ ଏଭଳି ସୁବିଧା ଦିଆଯିବା ପାଇଁ ଯୋଜନା ହେଉଛି, ଯାହାକି ପୂର୍ବରୁ କୌଣସି ଟ୍ରେନରେ ଦିଆଯାଇ ନାହିଁ । ବଡ କଥା ଟ୍ରେନ ଯାତାୟାତ ସମୟରେ ଯଦି ଯାତ୍ରା ବିଳମ୍ବ ହୋଇଯାଏ ତେବେ ଯାତ୍ରୀଙ୍କୁ ବିଳମ୍ବ ବାବଦ ଅର୍ଥ ମଧ୍ୟ ଦିଆଯିବ |

Advertisment

ଅର୍ଥାତ ଯଦି ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ୧ ଘଣ୍ଟା ଯାତ୍ରା ବିଳମ୍ବ ହୁଏ ତେବେ ଯାତ୍ରୀଙ୍କୁ ୧୦୦ ତାଙ୍କର ଅର୍ଥ ଦିଆଯିବ | ସେହିପରି ଭାରତର ଅନ୍ୟତମ ଦ୍ରୁତ ଟ୍ରେନ ତେଜସ ଏକ୍ସପ୍ରେସରେ ପାଣି ବୋତଲ ସହିତ ଆରଓ ସୁବିଧା ଦିଆଯିବ । ପ୍ରତି ବଗିରେ ଜଣେ ଯାତ୍ରୀଙ୍କୁ ମାତ୍ର ଗୋଟିଏ ପାଣି ବୋତଲ ଦିଆଯିବ ବୋଲି ଜଣାଯାଇଛି।

ସେହିପରି ତେଜସ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୨୫ ଲକ୍ଷ ଟଙ୍କା ନିଃଶୁଳ୍କ ଯାତ୍ରା ବୀମା ଦିଆଯିବ । ଏହା ଛଡ଼ା ଯାତ୍ରୀଙ୍କ ନିକଟରେ ଥିବା ଲଗେଜ୍ ଘରୁ ଷ୍ଟେସନ ପର୍ଯ୍ୟନ୍ତ ଓ ଷ୍ଟେସନରୁ ଘର ପର୍ଯ୍ୟନ୍ତ ନେବା ପାଇଁ ବିକଳ୍ପ ବ୍ୟବସ୍ଥା ରହିବ । ଏଥିପାଇଁ ଅବଶ୍ୟ ନିର୍ଦ୍ଧାରିତ ଅର୍ଥ ପଇଠ କରିବାକୁ ପଡିବ ।