ଇଣ୍ଡିମେଣ୍ଟ ଅଡ଼ୁଆ ବଢ଼ାଇଲେ ତେଜସ୍ବୀ: ନିଜକୁ ଏକତରଫା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା

ବିହାରରେ ଏବେ ଚାଲିଥିବା ‘ଭୋଟର ଅଧିକାର ଯାତ୍ରା’ କଂଗ୍ରେସ ଓ ଆର୍‌ଜେଡିର ଶକ୍ତି ପ୍ରଦର୍ଶନ କ୍ଷେତ୍ର ପାଲଟିଛି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଆର୍‌ଜେଡି ନେତା‌ ତେଜସ୍ବୀ ଯାଦବ...

Untitled-6

ପାଟନା:  ବିହାରରେ ଏବେ ଚାଲିଥିବା ‘ଭୋଟର ଅଧିକାର ଯାତ୍ରା’ କଂଗ୍ରେସ ଓ ଆର୍‌ଜେଡିର ଶକ୍ତି ପ୍ରଦର୍ଶନ କ୍ଷେତ୍ର ପାଲଟିଛି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଆର୍‌ଜେଡି ନେତା‌ ତେଜସ୍ବୀ ଯାଦବ ନିଜକୁ ଏକତରଫା ଭାବେ ବିହାର  ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି।  ଏହାକୁ ନେଇ ଅନ୍ୟ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ିଯାଇଥିବା ବେଳେ ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କୌଣସି ଟିପ୍ପଣୀ ଦେଇନାହାନ୍ତି। ତେଜସ୍ବୀ ଆଜି ଏହି ଘୋଷଣା କରିବା ସମୟରେ ରାହୁଲ ଗାନ୍ଧୀ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।  ଏହା ରାହୁଲଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବାରୁ ସେ

ଏହି ପ୍ରସଙ୍ଗରେ ମୁହଁ ଖୋଲି ନଥିଲେ। ଆରାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ତେଜସ୍ବୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରି ତାଙ୍କୁ ‘କପିକ୍ୟାଟ୍‌ ମୁଖ୍ୟମନ୍ତ୍ରୀ’ କହିଛନ୍ତି।  ନୀତୀଶ କେବଳ ତାଙ୍କ ନୀତିକୁ ନକଲ କରି ଘୋଷଣା କରୁଛନ୍ତି ବୋଲି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।  ତେଜସ୍ବୀ ଏହାପରେ ସାଧାରଣ ଜନତାଙ୍କୁ ପଚାରିଥିଲେ ସେମାନେ ଜଣେ ଅସଲି ମୁଖ୍ୟମନ୍ତ୍ରୀ ଚାହୁଛନ୍ତି ନା’ ନକଲି। ଏହି ସମୟରେ ସେ ରାହୁଲଙ୍କ ଉପସ୍ଥିତି ସତ୍ତ୍ବେ ନିଜକୁ ମହାମେଣ୍ଟର ଅସଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହିଥିଲେ।

ଅନ୍ୟପକ୍ଷରେ ଆଜି ଦର୍‌ଭଙ୍ଗାରେ ଭୋଟର ଅଧିକାର ଯାତ୍ରା ଚାଲିଥିବା ବେଳେ ବହୁ ସଂଖ୍ୟାରେ ବିଜେପି କର୍ମୀ ରାହୁଲଙ୍କୁ କଳାପତାକା ଦେଖାଇଥିଲେ। କଂଗ୍ରେସର ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଆଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ଟିପ୍ପଣୀ ଦିଆଯାଇଥିବାରୁ ଏହାକୁ ବିରୋଧ କରି କଳାପତାକା ପ୍ରଦର୍ଶନ ହୋଇଥିଲା।  ତେବେ ରାହୁଲ ଏହାକୁ ଶାନ୍ତ ଭାବେ ଗ୍ରହଣ କରି ପ୍ରଦର୍ଶନକାରୀଙ୍କୁ ଚକୋଲେଟ୍‌ ଅଫର୍‌ କରିଥିଲେ। 
ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଆଜି ଯାତ୍ରାରେ ସାମିଲ ହୋଇଥିବାରୁ କଂଗ୍ରେସ ତାଙ୍କର ଭୂୟସୀ ପ୍ରଶଂସା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe