ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ନେତୃତ୍ବ ତେଜସ୍ବୀ ଯାଦବଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କୁ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମନୋନୀତ କରାଯିବ ବୋଲି କୁହାଯାଉଛି। ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି। ତେବେ ଆସନ୍ତା ୨୫ ତାରିଖରେ ତେଜସ୍ବୀଙ୍କ ନାମ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇପାରେ। ବିଦେଶ ଯାତ୍ରାରୁ ଫେରିବା ପରେ ତେଜସ୍ବୀ ସକ୍ରିୟ ଅଛନ୍ତି। ଦଳର ଆଗାମୀ ରଣନୀତି ତଥା ବିଧାନସଭାରେ ପରାଜୟର କାରଣ ସମୀକ୍ଷା କରାଯାଉଛି। ପାଟନାରେ ତେଜସ୍ବୀ ଯାଦବ ନିଜ ସରକାରୀ ବାସଭବନରେ କୋର୍ କମିଟି ଓ ଲୋକସଭା, ରାଜ୍ୟସଭା ସଦସ୍ୟଙ୍କ ସହିତ ବୈଠକ କରିଛନ୍ତି।
ଆହୁରି ପଢନ୍ତୁ- Pakistan: ପାକିସ୍ତାନରେ ହିନ୍ଦୁ ଝିଅଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ ଅଭିଯୋଗ... ବିରୋଧ କରୁଥିବା ସଂଖ୍ୟାଲଘୁ ନେତାଙ୍କୁ ହତ୍ୟା ଧମକ
ଆର୍ଜେଡିରେ ଲାଲୁଙ୍କ ପରେ ତେଜସ୍ବୀ ଦ୍ବିତୀୟ କ୍ଷମତାଶାଳୀ ନେତାଭାବେ ଗ୍ରହଣ କରାଯାଏ। ଦଳର ନୀତି ନିର୍ଦ୍ଧାରଣ ଠାରୁ ଯେକୌଣସି ବଡ଼ ନିଷ୍ପତ୍ତି ତେଜସ୍ବୀ ନେଇଥାନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଲାଲୁ ତେଜସ୍ବୀଙ୍କୁ ଏହି କ୍ଷମତା ପ୍ରଦାନ କରିଥିଲେ। ବିଧାନସଭା ନିର୍ବାଚନ ବେଳେ କାହାକୁ ଦଳୀୟ ଟିକେଟ ମିଳିବ, କାହାର କଟିବ ସବୁ ନିଷ୍ପତ୍ତି ତେଜସ୍ବୀ ନେଉଥିଲେ। କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ମିଳିବା ପରେ ତାଙ୍କ ପ୍ରଭାବ ଅଧିକ ବଢ଼ିଯିବ। ଆସନ୍ତା ୨୫ ତାରିଖରେ ଦଳର କାର୍ଯ୍ୟସମିତି ବୈଠକରେ ପାଟନାରେ ଡକାଯାଇଛି। ଏହି ବୈଠକରେ ତେଜସ୍ବୀଙ୍କୁ ବଡ଼ ପଦବି ମିଳିପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଉଥିବାବେଳେ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହୁନାହିଁ। ସେ ଅଧିକାଂଶ ସମୟ ଅସୁସ୍ଥ ରହୁଛନ୍ତି। ଏହାକୁ ଦେଖି ତେଜସ୍ବୀଙ୍କ ପଦୋନ୍ନତି ନେଇ ଚର୍ଚ୍ଚା ହେଉଛି। ବିଜେପି ଏହାକୁ ବଂଶବାଦୀ ପରମ୍ପରା କହି ତୀବ୍ର ସମାଲୋଚନା କରିଛି।
ଆହୁରି ପଢନ୍ତୁ- Police Encounter: ପଞ୍ଜାବ ସନ୍ଥ ଭାଗ୍ସିଂହ ବିଶ୍ବବିଦ୍ୟାଳୟ ବାହାରେ ଯୁବକଙ୍କୁ ଗୁଳିକରି ହତ୍ୟା: ପୁଲିସ ଏନ୍କାଉଣ୍ଟରରେ ୨ ଅଭିଯୁକ୍ତ ଆହତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/18/tejaswi-yadav-2026-01-18-19-42-18.jpg)