ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ପରେ ଓଜନ କମାଇବା ପାଇଁ ଏଭଳି କାମ କଲେ ତେଜସ୍ବୀ ଯାଦବ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ରାଜ୍ୟ ବିଧାନସଭାରେ ଆୟୋଜିତ ଏକ କାର୍ଯ୍ୟକ୍ର‌ମରେ ଯୋଗ ଦେଇ ଫେରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ବିଧାନସଭାର ବି‌ରୋଧୀ ଦଳର ନେତା ତେଜସ୍ବୀ ଯାଦବଙ୍କୁ କହିଥିଲେ ‘ଓଜନ୍‌ କମ୍‌ କରୋ’ (ଓଜନ କମାଅ)। ତେବେ ପ୍ରଧନମନ୍ତ୍ରୀ ଏଭଳି କହିବା ପରେ ଏହାକୁ ଗମ୍ଭୀରତାର ସହ ନେଇ ଏବେ ତେଜସ୍ବୀ ଯାଦବ ଓଜନ କମାଇବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କର ଭାଇରାଲ ହୋଇଥିବା ଏକ ଭିଡିଓରୁ ଏହା ସ୍ପଷ୍ଟ ଜଣାପଡ଼ିଛି।

ଭାଇରାଲ ହେଉଥିବା ଭିଡିଓରେ ତେଜସ୍ବୀ ଯାଦବ ଏକ ଜିପକୁ ପଛରୁ ଠେଲୁଥିବା ଦେଖାଯାଇଛି। ପାଟନାରେ ତେଜସ୍ୱୀ ଯାଦବଙ୍କ ସରକାରୀ ଘରେ ନିଆଯାଇଥିବା ଏହି ଭିଡିଓକୁ ସୋମବାର ତାଙ୍କ ଟିମ ସେୟାର କରିଛନ୍ତି। ଏହା ପୂର୍ବରୁ ମଧ୍ୟ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ କ୍ରିକେଟ ଖେଳୁଥିବାର ଦେଖାଯାଇଥିଲା। ବହୁତ ଦିନ ପରେ କ୍ରିକେଟ ଖେଳୁଥିବାରୁ ସେ ଖୁସି ଥିବା କହିଥିଲେ।

ଉଲ୍ଲେଖଯୋଗ୍ୟ, ବିହାର ବିଧାନସଭା ଅଟ୍ଟାଳିକାର ଶତବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ବିଧାନସଭା ପରିସରରେ ‘ଶତବାର୍ଷିକୀ ସ୍ତମ୍ଭ’ ଉନ୍ମୋଚନ କରିଥିଲେ। ବିହାର ବିଧାନସଭାକୁ କୌଣସି ପ୍ରଧାନମନ୍ତ୍ରୀ ଆସିବାରରେ ଏହା ଥିଲା ପ୍ରଥମ ଘଟଣା। ଏହି ଅବସରରେ ପ୍ରଧାନମନ୍ତ୍ରୀ ତେଜସ୍ବୀ ଯାଦବ ଓଜନ କମାଇବା ପାଇଁ କହିଥିଲେ।

ସମ୍ବନ୍ଧିତ ଖବର