ନୂଆଦିଲ୍ଲୀ: ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ମଙ୍ଗଳବାର କହିଛନ୍ତି ଯେ, ଆଗାମୀ ୨୦୨୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବା ଦିଗରେ ବିରୋଧୀ ଦଳମାନେ କାମ କରିବେ ଏବଂ ରାହୁଲ ଇଣ୍ଡି-ମେଣ୍ଟର ଚେହେରା ହେବେ ବୋଲି ସେ ସଙ୍କେତ ଦେଇଛନ୍ତି। ବିହାରର ନୱାଦାରେ ‘ଭୋଟର ଅଧିକାର’ ରାଲିର ନେତୃତ୍ୱ ନେଉଥିବା ବେଳେ ତେଜସ୍ୱୀ କହିଛନ୍ତି, ପରବର୍ତ୍ତୀ ସମୟରେ ଆମେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବୁ। ନେତୃତ୍ବ ବିବାଦ ଇଣ୍ଡି-ମେଣ୍ଟ ପାଇଁ ଏକ ଗମ୍ଭୀର ପ୍ରସଙ୍ଗ ପାଲଟିଛି। 

Advertisment

୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ କୌଣସି ଚେହେରା ଉପସ୍ଥାପନ ନ କରି ଦଳ ଭିତରେ ମତଭେଦ ସୃଷ୍ଟି କରିଥିଲା। ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଦଳର ମୁଖ୍ୟ ମମତା ବାନାର୍ଜୀ ଏବଂ ଆପ୍‌ର ଅରବିନ୍ଦ କେଜ୍ରିୱାଲ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସମର୍ଥନ କରିଥିଲେ। ରାଲିରେ ଯୋଗଦେଇ ତେଜସ୍ୱୀ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ଓ ବିଜେପି ଭୋଟ ଚୋରି କରିବା ଏବଂ ବିହାରବାସୀଙ୍କୁ ବୋକା ବନାଇବା ପାଇଁ ବୁଝାମଣା କରିଛନ୍ତି।