ପାଟନା: ନିକଟରେ ସରିଥିବା ଲୋକସଭା ନିର୍ବାଚନରେ ଆରଜେଡି ବିହାରର ୪୦ ଲୋକସଭା ଆସନରୁ କୌଣସି ଗୋଟିଏ ବି ଆସନ ଦଖଲ କରିବାକୁ ସମର୍ଥନ ହୋଇନାହିଁ। ଦଳର ଏଭଳି ପରାଜୟ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଭାଙ୍ଗି ପଡ଼ିଛନ୍ତି। କିନ୍ତୁ ଲାଲୁଙ୍କ ଅନୁପସ୍ଥିତିରେ ତାଙ୍କ ସାନ ପୁଅ ତେଜସ୍ବୀ ଯାଦବ ଆରଜେଡିର ନେତୃତ୍ବ ନେଇଥିବା ବେଳେ ମେ ୨୯ ତାରିଖରୁ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ନିର୍ବାଚନ ଫଳାଫଳ ଆସିବା ପରେ ସେ ପରାଜୟର ସମୀକ୍ଷା ପାଇଁ ଗତ ମେ’ ୨୮ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ବାସଭବନରେ ଏକ ବୈଠକ କରିଥିଲେ। ଏହା ପରଠାରୁ ତେଜସ୍ବୀଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ନିକଟରେ ପରିବାରର ୨ଟି ଉତ୍ସବରେ ମଧ୍ୟ ସେ ଅନୁପସ୍ଥିତ ଥିଲେ। ଲାଲୁଙ୍କ ୭୨ତମ ଜନ୍ମ ଦିବସରେ ରାବଡ଼ି ଦେବୀ ଜୁନ୍ ୨ ତାରିଖରେ ଇଫତାର ପାର୍ଟିର ଆୟୋଜନ କରିଥିବା ବେଳେ ସେଠାରେ ମଧ୍ୟ ତେଜସ୍ବୀ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଥିଲା। ତେଜସ୍ବୀ ଦିଲ୍ଲୀରେ ଅଛନ୍ତି ବୋଲି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କୁହାଯାଇଥିଲା। କିନ୍ତୁ ଲାଲୁଙ୍କ ଘନିଷ୍ଠ ସହଯୋଗୀ ଭୋଲା ଯାଦବଙ୍କ ଝିଅ ବାହାଘର ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ମଧ୍ୟ ତେଜସ୍ବୀଙ୍କୁ ଦେଖିବାକୁ ମିଳିନଥିଲା। ତେବେ ତେଜସ୍ବୀଙ୍କୁ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ତାଙ୍କର ଜଣେ ଘନିଷ୍ଠ ସହଯୋଗ କହିଛନ୍ତି ଯେ ସେ ଏବେ ଦେଶ ବାହାରକୁ ଯାଇଛନ୍ତି ଏବଂ ଆଉ କିଛିଦିନ ପରେ ଫେରି ଆସିବେ।
ତେଜସ୍ବୀ ଯାଦବ ନିଖୋଜ!
/sambad/media/post_attachments/wp-content/uploads/2019/06/Untitled-2-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)