ପୂର୍ବ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାଙ୍କ ଦାବି; ନଭେମ୍ବର ୧୦ରେ ବିହାରରେ ବିଜେପି ସହିତ ମିଳିତ ସରକାର କରିବେ ତେଜସ୍ୱୀ

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶୱା ଦାବି କରିଛନ୍ତି କି ନଭେମ୍ବର ୧୦ ତାରିଖରେ ବିହାରରେ ବିଜେପି ଓ ଆରଜେଡିର ମିଳିତ ସରକାର ଗଠନ ହେବ । ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ସେ ଏଭଳି ଦାବି କରିଛନ୍ତି । ଉପେନ୍ଦ୍ର କହିଛନ୍ତି କି “ବିଜେପି ଓ ଆରଜେଡି ମଧ୍ୟରେ ଏନେଇ ଗୁପ୍ତ ମନ୍ତ୍ରଣା ହୋଇଛି , ଏହାର ପ୍ରମାଣ ବିହାରବାସୀ ୧୦ ନଭେମ୍ବର ଦିନ ଦେଖିବାକୁ ପାଇବେ” ।

ଉପେନ୍ଦ୍ର କୁଶୱା ତେଜସ୍ୱୀ ଯାଦବଙ୍କ ଉପରେ ଏଭଳି ଆରୋପ ଲଗାଇବାକୁ ଯାଇ କହିଛନ୍ତି କି ଆରଜେଡି ଓ ବିଜେପି ମଧ୍ୟରେ ଚୁକ୍ତି ହୋଇଛି । ଯାହାର ପ୍ରମାଣ ଦେବାକୁ ଯାଇ କୁଶୱା କହିଛନ୍ତି କି, ଯଦି ଚୁକ୍ତି ହୋଇନାହିଁ ତେଜସ୍ୱୀ କିଭଳି ଦୃଢୋକ୍ତି କରୁଛନ୍ତି କି ନଭେମ୍ବର ୯ ଦିନ ଲାଲୁ ଜେଲରୁ ମୁକ୍ତି ପାଇବେ । ଏହା ସହ ତେଜସ୍ୱୀଙ୍କ ଏଭଳି ଦୃଢୋକ୍ତି ଉପରେ କାହିଁକି ଚୁପ୍ ରହିଛନ୍ତି ଆଇନମନ୍ତ୍ରୀ ରବିଶଂକର ପ୍ରସାଦ । ଏହାସହ ସେ ଆହୁରି କହିଛନ୍ତି କି ତେଜସ୍ୱୀଙ୍କୁ ଜେଲ୍ ଯିବାକୁ ଡର ଲାଗୁଛି ତେଣୁ ସେ ବିଜେପି ବିରୋଧରେ କିଛି କହିପାରୁ ନାହାନ୍ତି । ତେଜସ୍ୱୀ ବିଜେପି ନିକଟରେ ଆତ୍ମସମର୍ପଣ କରିସାରିଛନ୍ତି ।

Upendra Kushwaha's strongly worded resignation letter: Full text
DNA India

ତେଜସ୍ୱୀଙ୍କ ପରେ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରି କୁଶୱା କହିଛନ୍ତି କି, ନୀତୀଶ ପରାଜୟର ବାସ୍ତବ ଚିତ୍ର ଦେଖି ଏବେ ଚିନ୍ତାରେ ପଡିଯାଇଛନ୍ତି । ତେଣୁ ଜନସଭାରେ ସେ ଏଣୁ ତେଣୁ ଗପିବାରେ ଲାଗିଛନ୍ତି । ଜେଡିୟୁ କୁଶୱାଙ୍କ କାର୍ଯ୍ୟକର୍ତ୍ତାଙ୍କ ଉପରେ ହିଂସ୍ର ହୋଇଯାଇଛନ୍ତି । ତେଣୁ ପୁର୍ଣ୍ଣିଆରେ ତାଙ୍କ କର୍ମୀଙ୍କ ଉପରେ ଗୁଳି ଚଳାଇଛନ୍ତି । ଏହା ସହ ମୋର ପ୍ରାର୍ଥୀଙ୍କୁ ଜେଡିୟୁର କର୍ମକର୍ତ୍ତାମାନେ ବାରମ୍ବାର ଧମକ ଦେଉଛନ୍ତି । ଏନେଇ ମୁଁ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି ବୋଲି କୁଶୱା କହିଛନ୍ତି ।

ଏହା ସହ କୁଶୱା ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି କି ବିଭିନ୍ନ ସ୍ଥାନରେ ତାଙ୍କୁ ଲୋକମାନେ ଘେରି ଯାଉଛନ୍ତି । ଏନେଇ ନିର୍ବାଚନ ଆୟୋଗ ଏହା ଉପରେ ନଜର ରଖିବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପଟେ ୪ ଉପମୁଖ୍ୟମନ୍ତ୍ରୀ ଚୟନ କରିବା ପ୍ରସଙ୍ଗ ଉପରେ ସେ କହିଛନ୍ତି କି ପଛୁଆବର୍ଗ, ଦଳିତ, ଅଳ୍ପସଂଖ୍ୟକ, ଓ ମହିଳାଙ୍କୁ ସେ ଉପ-ମୁଖ୍ୟମନ୍ତ୍ରୀ କରିବେ । କହିରଖୁ କି ବିହାର ନିର୍ବାଚନରେ ଏଥର ଉପେନ୍ଦ୍ର କୁଶୱା, ଓବେସୀ ଓ ମାୟାବତୀଙ୍କ ପାର୍ଟି ସହ ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି ।

ସମ୍ବନ୍ଧିତ ଖବର