ନୂଆଦିଲ୍ଲୀ: ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ବୀ ଯାଦବ ଆଜି ସପ୍ତମ ପର୍ଯ୍ୟାୟରେ ପାଟନାରେ ଭୋଟ୍‌ ଦେଇଛନ୍ତି। ତେଜସ୍ବୀ ଯାଦବ ଆଜି ତାଙ୍କ ବଡ଼ ଭାଇ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ସହ ପାଟନା ଭେଟେରିନାରି ଗ୍ରାଉଣ୍ଡ୍‌ରେ ଏକ ଭୋଟିଂ ବୁଥ୍‌ ନିକଟରେ ପହଞ୍ଚିଥିଲେ। କାର୍‌ରୁ ଓହ୍ଲାଇବାପରେ ତେଜସ୍ବୀ ଅସୁସ୍ଥତା ଯୋଗୁଁ ଏକ ହ୍ବିଲ୍‌ଚେୟାରରେ ବସି ଭୋଟିଂ ବୁଥ୍‌କୁ ଯାଇଥିଲେ। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀରେ ଧ୍ୟାନ କରିବା ବିଷୟରେ ଟିପ୍ପଣୀ ଦେଇ ତେଜସ୍ବୀ କହିଛନ୍ତି ଯେ ମୋଦୀ କୌଣସି ଧ୍ୟାନ କରୁନାହାନ୍ତି, ସେ କେବଳ ଫଟୋସୁଟ୍‌ କରୁଛନ୍ତି। ଇଣ୍ଡି ମେଣ୍ଟର ବିଜୟ ସଂକ୍ରାନ୍ତରେ ଦୃଢ଼ୋକ୍ତି ବାଢ଼ି ତେଜସ୍ବୀ କହିଛନ୍ତି, ଇଣ୍ଡି ମେଣ୍ଟ ଚଳିତ ଲୋକସଭା ନିର୍ବାଚନରେ ଅତି ଚମକପ୍ରଦ ବିଜୟ ହାସଲ କରିବ।