ପାଟନା: ତେଜସ୍ୱୀ ଯାଦବ ଶୁକ୍ରବାର ଦିନ ଏକ ବଡ଼ ରାଜନୈତିକ ବୟାନ ଦେଇ ପୁଣି ଥରେ ବିହାରର ରାଜନୈତିକ ପରିବେଶକୁ ଉଷ୍ମ କରିଦେଇଛନ୍ତି। ତାଙ୍କ ଭାଷଣରେ ସେ ବିହାରୀ ଅସ୍ମିତା ପ୍ରସଙ୍ଗ ଉଠାଇ ଶାସକ ଦଳ ଉପରେ ସିଧାସଳଖ ଆକ୍ରମଣ କରିଥିଛନ୍ତି। ତେବେ ସେ ନିର୍ବାଚନ କମିସନଙ୍କୁ ମଧ୍ୟ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ।
ତେଜସ୍ୱୀ ଯାଦବ କହିଥିଲେ, "ବିହାରୀଙ୍କ ନାମ କାଟିବା ପାଇଁ କାହାର ସାହସ ନାହିଁ। ବିହାରୀଙ୍କୁ ଚୂନ ଲଗାନ୍ତୁ (ଠକନ୍ତୁ) ନାହିଁ, ବିହାରୀ ତମାଖୁରେ ଚୂନ ଲଗାନ୍ତି। ଗୋଟିଏ ବିହାରୀ ସମସ୍ତଙ୍କ ଉପରେ ଭାରି (ଏକ ବିହାରୀ ସବପେ ଭାରି)।" ଏହି ବୟାନ ସେ ନିର୍ବାଚନ କମିସନଙ୍କ ପକ୍ଷରୁ ବିହାରରେ ଭୋଟର ତାଲିକା ସଂଶୋଧନ ଲାଗି କରାଯାଉଥିବା ଏସଆଇଆରକୁ ଲକ୍ଷ୍ୟ ଦେଇଥିବା ଅନୁମାନ କରାଯାଉଛି ।
ସେହିପରି ଆଗକୁ ବିହାର ନିର୍ବାଚନ ଥିବାରୁ ସେ ବିହାର ଲୋକମାନଙ୍କୁ ଆକୃଷ୍ଟ କରିବାକୁ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି । ବିହାରର ଗତ ବିଧାନସଭା ନିର୍ବାଚନରେ ବି ସେ ଅସ୍ମିତା କାର୍ଡ ଖେଳିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/17/tejaswi-2025-08-17-22-51-30.jpg)