ଧନୀ ଲୋକଙ୍କର ଚୌକିଦାରୀ କରୁଥିବା ଲୋକ ନୁହେଁ, ଦେଶକୁ ରାହୁଲଙ୍କ ଭଳି ପ୍ରଧାନମନ୍ତ୍ରୀ ଦରକାର : ତେଜସ୍ୱୀ ଯାଦବ

ସମସ୍ତିନପୁର : ନିର୍ବାଚନର ତୃତୀୟ ପର୍ଯ୍ୟାୟ ସରିଥିବା ବେଳେ ଆଗାମୀ ପର୍ଯ୍ୟାୟ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି ରାଜନେତା । ଶୁକ୍ରବାର ନିର୍ବାଚନକୁ ଆଖି ଆଗରେ ରଖି ବିହାରର ସମସ୍ତିନପୁରରେ ଏକ ନିର୍ବାଚନୀ ରାଲିର ଆଯୋଜନ କରାଯାଇଥିଲା । ଯେଉଁଥିରେ ଯୋଗ ଦେଇ ମୋଦୀ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ । ଏହା ସହ ମୋଦୀ କେବଳ ଧନୀ ଲୋକମାନଙ୍କର ଚୌକିଦାରୀ କରନ୍ତି ଏବଂ ଗରିବ ବିଷୟରେ ଭାବନ୍ତି ନାହିଁ । କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ସବୁ ସମୟରେ ଗରିବମାନଙ୍କର ବିକାଶ ବିଷୟରେ ଚିନ୍ତା କରିଥାନ୍ତି ବୋଲି କହିଛନ୍ତି ତେଜସ୍ୱୀ ।

navbharattimes.indiatimes.com

ଦେଶକୁ ମୋଦୀ ନୁହନ୍ତି ରାହୁଲ ଗାନ୍ଧୀ ଦରକାର । ପ୍ରଧାନମନ୍ତ୍ରୀ ହେବା ପାଇଁ ରାହୁଲ ଗାନ୍ଧୀ ହିଁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ । ଯଦି ପ୍ରଧାନମନ୍ତ୍ରୀ ମୋଦୀ ଚୌକିଦାର ତେବେ ବିହାରର ଜନତା ଥାନେଦାର । ଆଉ ଏହି ଥାନେଦାର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବେ ନାହିଁ । ୨୦୧୪ରେ ବିଜେପି କହୁଥିଲା, ‘ହର୍‌ ହର୍‌ ମୋଦୀ, ଘର୍‌ ଘର୍‌ ମୋଦୀ’ । କିନ୍ତୁ ଆମେ ସେତେବେଳେ ବି କହୁଥିଲୁ ଏବଂ ଏବେ ବି କହୁଛୁ ‘ବଡ଼ ବଡ଼ ମୋଦୀ, ଗଡ଼ବଡ଼ ମୋଦୀ’ । କାରଣ ସେ କେବଳ ପ୍ରତିଶ୍ରୁତି ଦେଇ ଜାଣନ୍ତି । କିନ୍ତୁ ତାକୁ କାମରେ ଦେଖାଇ ପାରନ୍ତି ନାହିଁ । ଯାହା ୫ବର୍ଷରେ ପ୍ରମାଣ ହୋଇ ସାରିଛି ବୋଲି କହିଥିଲେ ତେଜସ୍ୱୀ ।

ସମ୍ବନ୍ଧିତ ଖବର