ପାଟନା : ରାଷ୍ଟ୍ରପତି ନିର୍ବାଚନ ପୂର୍ବଦିନ ବିହାର ବିଧାନସଭାର ବିରୋଧୀ ଦଳ ନେତା ତଥା ଆରଜେଡିର ତେଜସ୍ବୀ ଯାଦବ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି। ଯଶୱନ୍ତ ସିହ୍ନାଙ୍କୁ ତାଙ୍କ ଦଳ ସମର୍ଥନ କରିବା ନିଷ୍ପତ୍ତି ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ସେ କହିଥିଲେ ଆମେ ରାଷ୍ଟ୍ରପତି ଭବନରେ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଚାହୁନାହୁଁ। ଆପଣମାନେ କେହି ମୁର୍ମୁଙ୍କ ସ୍ବର କେବେ ଶୁଣିଛନ୍ତି କି? ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା ହେବାପରେ ସେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି।
ଅନ୍ୟପକ୍ଷରେ ଆମେ ଯଶୱନ୍ତ ସିହ୍ନାଙ୍କୁ ଶୁଣିବାକୁ ପାଉଛୁ ଏବଂ ସେ କାହିଁକି ଛିଡ଼ା ହୋଇଛନ୍ତି ସେ ନେଇ କହିଛନ୍ତି। ତେଜସ୍ବୀଙ୍କ ଏହି ମନ୍ତବ୍ୟ ବିରୋଧରେ ବିହାର ବିଜେପିର ରାଜ୍ୟ ସଭାପତି ସଞ୍ଜୟ ଜୟସ୍ବାଲ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ମାଆ ରାବ୍ରି ଦେବୀଙ୍କ ସଂପର୍କରେ ସେ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇଛନ୍ତି। ଲାଲୁ ଯାଦବଙ୍କ ବିରୋଧରେ ଦୁର୍ନୀତି ମାମଲାର ଅଭିଯୋଗଫର୍ଦ୍ଦ ଦାଖଲ ହେବା ପରେ ଦଳରେ ଅନେକ ଅଭିଜ୍ଞ ରାଜନେତାଙ୍କୁ ଅଣଦେଖା କରି ଜଣେ ଅଶିକ୍ଷିତ ମହିଳାଙ୍କୁ କିଭଳି ମୁଖ୍ୟମନ୍ତ୍ରୀ କରାଯାଇଥିଲା ତାହା ସେ ନିଜ ପରିବାରରେ ଦେଖିଛନ୍ତି। ରାବ୍ରି ଦେବୀଙ୍କ ନାଁ ନନେଇ ସେ ଏହା କହିଛନ୍ତି। ଜୟସ୍ବାଲ ଏହା ମଧ୍ୟ କହିଛନ୍ତି ଯେ ମୁର୍ମୁ ନିଜକୁ ନିଜେ ଗଢ଼ିଥିବା ସଫଳ ମଣିଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Tejaswini_Yadav-1.jpg)