ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦଙ୍କ ୭୪ ତମ ଜନ୍ମଦିନ ଅବସରରେ ବିଧାୟକ ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ୍) ସୁପ୍ରିମୋ ଜିତନରାମ ମାଂଝୀଙ୍କ ପାଇଁ ଆରଜେଡିର ଦ୍ୱାର ଖୋଲିଛନ୍ତି। ତେଜପ୍ରତାପ ଯାଦବ ଶୁକ୍ରବାର ଦିନ ଜିତନରାମ ମାଂଝୀଙ୍କ ସରକାରୀ ବାସଭବନରେ ତାଙ୍କୁ ଭେଟିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପ୍ରାୟ ୩୫ ମିନିଟ୍ ଧରି ଚାଲିଥିଲା। ପରେ ଗଣମାଧ୍ୟମର ଏକ ପ୍ରଶ୍ନରେ ତେଜ ପ୍ରତାପ କହିଛନ୍ତି ଯେ ଜିତନରାମ ମାଂଝୀଙ୍କ ପାଇଁ ଆରଜେଡିର ଦ୍ୱାରା ସବୁବେଳେ ଖୋଲା ଅଛି ।
ଦୁହିଁଙ୍କ ଭେଟଘାଟ ପରେ ବିହାରର ରାଜନୈତିକ କରିଡରରେ ଆଲୋଚନା ଜୋର ଧରିଛି । ତେବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ କହିଛନ୍ତି ଯେ ଆଜି ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଜନ୍ମଦିନ। ଟ୍ୱିଟ ପରେ ମୁଁ ତାଙ୍କୁ ଫୋନରେ ଅଭିନନ୍ଦନ ଜଣାଇଛି।
ସେ କହିଛନ୍ତି ଯେ ତେଜ ପ୍ରତାପଙ୍କ ସହ ତାଙ୍କ ସାକ୍ଷାତକାରରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ। ଏନଡିଏରେ ରହିବାକୁ ନେଇ ଜଡିତ ପ୍ରଶ୍ନ ଉପରେ ଜିତନରାମ କହିଛନ୍ତି ଯେ ବାହାରକୁ ଯିବାର ପ୍ରଶ୍ନ ନାହିଁ। ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ହମ୍) ଏନଡିଏର ସହଯୋଗୀ | ତେଜ ପ୍ରତାପ ମଧ୍ୟ କହିଛନ୍ତି ଯେ ଏହି ବୈଠକର ରାଜନୈତିକ ଅର୍ଥ ବାହାର କରାଯିବା ଉଚିତ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/11_06_2021-manjhi_21727504_144158785.jpg)