ପାଟନା: ଆରଜେଡି ସୁପ୍ର୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପ ଆଜି ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ନାତୁଣୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଛନ୍ତି। ବିବାହ ଉତ୍ସବ ଆଜି ପାଟନାରେ ଅନୁଷ୍ଠିତ ହୋଇଥିବା ବେଳେ ଉତ୍ସବରେ ଏକ ବିବାଦୀୟ ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ଲାଲୁଙ୍କ ବାସଭବନ ବାହାରେ ଉଭୟ ତେଜପ୍ରତାପ ଏବଂ ଐଶ୍ୱର୍ଯ୍ୟାଙ୍କୁ ଶୁଭେଚ୍ଛା ଜଣାଇ ଲଗାଯାଇଥିବା ଏକ ପୋଷ୍ଟରରେ ସେମାନଙ୍କୁ ଶିବ-ପାର୍ବତୀ ରୂପେ ଚିତ୍ରଣ କରାଯାଇଛି। ଏହି ପୋଷ୍ଟରଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବାବେଳେ ଅନେକ ଏହାର ବିରୋଧ କରିଛନ୍ତି। ତେବେ ରାଜନେତାମାନଙ୍କୁ ଭଗବାନଙ୍କ ଅବତାରରେ ଚିତ୍ରଣ କରିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶରେ ଅନେକ ଥର ପ୍ରଭୁ ଶ୍ରୀରାମ ଭାବେ ଚିତ୍ରଣ କରାଯାଇଛି।
ଶିବ-ପାର୍ବତୀ ପୋଷ୍ଟରକୁ ନେଇ ବିବାଦ
ତେଜପ୍ରତାପ-ଐଶ୍ୱର୍ଯ୍ୟା ବିବାହ
/sambad/media/post_attachments/wp-content/uploads/2018/05/TEJ-PRATAP-AISWARAYA-RAI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)