ତେଜସ୍ୱୀ ଯାଦବ ଟୁଇଟ କରି କହିଲେ ରାଜନୀତିରୁ ଦୂରେଇ ରହିବାର ଅସଲ କାରଣ

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ତେଜସ୍ୱୀ ଯାଦବ କିଛି ଦିନ ହେବ ଗାଏବ ହୋଇଯାଇଥିଲେ। ତାଙ୍କର କିଛି ଖୋଜଖବର ମିଳି ନଥିଲା। ଏହାକୁ ନେଇ ନାନା କଥା ଶୁଣିବାକୁ ମିଳୁଥିଲା। ବିଶେଷକରି ଲୋକସଭା ନିର୍ବାଚନରେ ଆଜେଡି ଗୋଟିଏ ବି ଆସନରେ ଜିତି ପାରି ନଥିବାରୁ ଏଭଳି ଚର୍ଚ୍ଚା ହେବା ସ୍ବାଭାବିକ ଥିଲା। ତେବେ ସେ ଆଜି ସକାଳେ ଟୁଇଟ୍‌ କରି ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛନ୍ତି।


ସେ ଲେଖିଛନ୍ତି ‘ଲିଗାମେଣ୍ଟ ଓ ଏସିଏଲରେ ଆଘାତ ଲାଗିଥିଲା। ସେ ଏହାର ଚିକିତ୍ସାରେ ବ୍ୟସ୍ତ ଥିଲେ।ଏଥିପାଇଁ କିଛି ସପ୍ତାହ ଧରି ରାଜନୀତିରୁ ଦୂରେଇ ରହିଥିଲି। ହେଲେ ମୋର ରାଜନୈତିକ ଲଢ଼େଇ ଜାରି ରହିବ ।ଯେଉଁମାନେ ସମାଜବାଦୀ-ଧର୍ମନିରପେକ୍ଷର ବିକଳ୍ପ ଖୋଜୁଛନ୍ତି ମୁଁ ସେମାନଙ୍କୁ ଆଶ୍ବାସନା ଦେବକୁ ଚାହେଁ କି ଏ ଲଢ଼େଇ ଜାରି ରହିବ।’

photo-amarujala

ଏଠାରେ ସ୍ମରଣଯୋଗ୍ୟ ଯେ ତେଜସ୍ୱୀ ଯାଦବଙ୍କ ଅନୁପସ୍ଥିତି ସମୟରେ ବଡ଼ଭାଇ ତେଜ  ପ୍ରତାପ  ତେଜସେନା ନାଆଁରେ ଏକ ସଂଗଠନ କରି ଚହଳ ଖେଳାଇଛନ୍ତି।

ସମ୍ବନ୍ଧିତ ଖବର