ସିଏଏ, ଏନ୍‌ଆରସି ଓ ଏନ୍‌ପିଆର୍‌କୁ ବିରୋଧ କରି ତେଲେଙ୍ଗାନା ବିଧାନସଭାରେ ପ୍ରସ୍ତାବ ଆଗତ

ହାଇଦ୍ରାବ।ଦ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ବିରୋଧକରି ଆଜି ତେଲେଙ୍ଗାନା ରାଜ୍ୟ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଯାଇଛି। ଖୋଦ୍‌ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍‌)ର ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ରାଜ୍ୟ ବିଧାନସଭାରେ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର୍‌କୁ ବିରୋଧ କରି ଏହି ପ୍ରସ୍ତାବ ଆଗତ କରିଥିଲେ।

ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ବିଧାନସଭାରେ କହିଥିଲେ ଯେ ରାଜ୍ୟରେ ଏନ୍‌ଆରସି ଓ ଏନ୍‌ପିଆର୍‌କୁ ଲାଗୁ କରାଗଲେ ରାଜ୍ୟ ବାସୀଙ୍କ ସ୍ୱାର୍ଥହାନୀ ଘଟିବାର ଆଶଙ୍କା ରହୁଛି। ସେହିପରି ସିଏଏକୁ ବିନା ସଂଶୋଧନରେ ଲାଗୁକଲେ ମଧ୍ୟ ରାଜ୍ୟବାସୀଙ୍କ ସ୍ୱାର୍ଥରେ ହାନୀ ଘଟିବ। ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସରକାରଙ୍କ ପକ୍ଷରୁ ବିଧାନସଭାରେ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର୍‌କୁ ବିରୋଧ କରି ଏହି ପ୍ରସ୍ତାବ ଆଗତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ଘୋଷଣା କରିଥିଲେ।

News Nation

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପଶ୍ଚିମବଙ୍ଗ, ଦିଲ୍ଲୀ, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ ବିଧାନସଭାରେ ବିଧାନସଭାରେ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର୍‌କୁ ବିରୋଧ କରି ପ୍ରସ୍ତାବ ଆଗତ କରାଯାଇସାରିଛି।

ସମ୍ବନ୍ଧିତ ଖବର