ଅଦାଲତଙ୍କ ସର୍ତ୍ତ ଉଲ୍ଲଂଘନ ମହଙ୍ଗା ପଡ଼ିଲା; ଜାମିନରେ ଆସି ପୁଣି ଗିରଫ ହେଲେ ତେଲେଙ୍ଗାନା ବିଜେପି ବିଧାୟକ ରାଜା ସିଂ

ହାଇଦ୍ରାବାଦ: ଜାମିନରେ ମୁକୁଳିବାର କିଛି ଘଣ୍ଟାପରେ ପୁଣିଥରେ ଗିରଫ ହୋଇଛନ୍ତି ତେଲେଙ୍ଗାନା ବିଜେପିର ବିଧାୟକ ଟି ରାଜା ସିଂ। ଅଦାଲତଙ୍କ ପ୍ରତିବନ୍ଧକ ସତ୍ତ୍ୱେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ଏକ ନୂତନ ଭିଡିଓ ଜାରି କରିବାର କିଛି ଘଣ୍ଟା ପରେ ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂଙ୍କୁ ଆଜି ପୁଣି ଥରେ ଗିରଫ କରାଯାଇଛି। ପ୍ରଫେଟ ମହମ୍ମଦଙ୍କ ଉପରେ ତାଙ୍କର ମନ୍ତବ୍ୟକୁ ନେଇ ଏକ ମାମଲାରେ ଗିରଫ ହେବାର କିଛି ଘଣ୍ଟା ପରେ ସେ ମଙ୍ଗଳବାର ଜାମିନ ପାଇଥିଲେ।

ତେବେ, ଆଜି ଆଉଥରେ ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ସେୟାର ହୋଇଥିବା ଏକ ଭିଡିଓରେ ସେ କହିଛନ୍ତି, ତେଲେଙ୍ଗାନା ପୁଲିସ ଅସଦୁଦ୍ଦିନ ଓୱେସିଙ୍କ ହାତରେ ସଖୀ କଣ୍ଢେଇ ସାଜିଛି। ଜାରି ଭିଡିଓରେ ସେ କହିଛନ୍ତି ଯେ ହାଇଦ୍ରାବାଦର ସାଂସଦ ଥିବା ଏଆଇଏମଆଇଏମ ମୁଖ୍ୟ ଓୱେସିଙ୍କ ସମର୍ଥକମାନଙ୍କୁ ପଥର ଫିଙ୍ଗିବା ପାଇଁ ସ୍ୱାଧୀନତା ଦିଆଯାଇଛି… କୌଣସି ଏଫଆଇଆର ହେବନାହିଁ, ଗିରଫଦାରୀ ହେବନାହିଁ। ସେ ସେମାନଙ୍କୁ ପୂଜାସ୍ଥାନକୁ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି। ତାଙ୍କର ଏ ଭିଡିଓ ବାର୍ତ୍ତା ବୋଧହୁଏ ପ୍ରଫେଟ ମହମ୍ମଦଙ୍କ ଉପରେ ତାଙ୍କ ମନ୍ତବ୍ୟକୁ ନେଇ ହୋଇଥିବା ବିରୋଧ ପ୍ରଦର୍ଶନ ଉପରେ ଥିଲା। ଯାହା ତାଙ୍କୁ ମଙ୍ଗଳବାର ଦିନ ବିଜେପିରୁ ଗିରଫ ଏବଂ ନିଲମ୍ବନ କରିଥିଲା।

ମଙ୍ଗଳବାର ଗିରଫ ହୋଇ ବିଜେପିରୁ ନିଲମ୍ବିତ ହେବା ପରେ ସେ କହିଥିଲେ, ମୁଁ ମୋ ଦଳକୁ ବୁଝାଇବି ଯେ ମୁଁ ଏକ ଧର୍ମକୁ ଟାର୍ଗେଟ କରୁନାହିଁ ମୁଁ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରୁଥିଲି। ଅନ୍ୟପକ୍ଷରେ ଗିରଫ ହେବା ପରେ ବିଜେପି କହିଥିଲା ଯେ ରାଜା ସିଂଙ୍କ ମତ ଏହି ପ୍ରସଙ୍ଗରେ ଦଳୀୟ ବକ୍ତବ୍ୟର ସମ୍ପୂର୍ଣ୍ଣ ବିପରୀତ।

ସେ ଜାମିନ ସର୍ତ୍ତଉଲ୍ଲଂଘନ କରୁଥିବା ଜାଣି ରାଜା ସିଂ ନୂତନ ଭିଡିଓରେ କହିଛନ୍ତି, ମୁଁ ଆଜି ଆପଣଙ୍କ ସାମ୍ନାକୁ ଆସିବା ପାଇଁ ବିପଦକୁ ବରଣ କରିଛି। ଅଦାଲତ ମୋତେ ଗଣମାଧ୍ୟମକୁ ସମ୍ବୋଧିତ ନକରିବାକୁ କହିଛନ୍ତି। କିନ୍ତୁ ପରିସ୍ଥିତି ମୋତେ ଆଜି ଏହା କରିବାକୁ ବାଧ୍ୟ କଲା। ସେ କହିଛନ୍ତି, ମୁଁ ଆଇନଗତ ଭାବେ ଅଦାଲତ ଯୁଦ୍ଧ ଲଢିବି। ମଙ୍ଗଳବାର ଦିନ, ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଥିଲା, ଯେତେବେଳେ ସହରର ଅନେକ ସ୍ଥାନରେ ରାତାରାତି ବିକ୍ଷୋଭ ଆରମ୍ଭ ହୋଇ ଯାଇଥିଲା। ବିଜେପି ବିଧାୟକ ରାଜା କଠୋର ହିନ୍ଦୁତ୍ୱ ବକ୍ତବ୍ୟ ପାଇଁ ଜଣାଶୁଣା, ସେ ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ଅନେକ କ୍ଷେତ୍ରରେ ଶତ୍ରୁତାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର