ବର ମଙ୍ଗଳସୂତ୍ର ପିନ୍ଧାଇବା ପୂର୍ବରୁ ପୂର୍ବ ପ୍ରେମିକକୁ ମଣ୍ଡପରେ ଦେଖି ବିବାହ କରିବାକୁ ମନା କରିଦେଲା କନ୍ୟା

ୱାନାପାର୍ଟି(ତେଲେଙ୍ଗାନା): ତେଲେଙ୍ଗାନାର ୱାନାପାର୍ଟିି ଜିଲ୍ଲାରେ ଏକ ବିବାହ ଅଧାରୁ ଭାଙ୍ଗି ଯାଇଛି। ବର ମଙ୍ଗଳସୂତ୍ର ପିନ୍ଧାଇବାକୁ ଯାଉଥିବା ବେଳେ କନ୍ୟା କିଛି ଏଭଳି ଦେଖିଥିଲା, ଯାହା ପରେ ସେ ତୁରନ୍ତ ବେଦିରୁ ଉଠିଯିବା ସହ ବିବାହ କରିବାକୁ ମନା କରି ଦେଇଥିଲା। ନିଜର ପୁରୁଣା ପ୍ରେମକୁ ଆଖି ଆଗରେ ଦେଖି ଅନ୍ୟ ହାତରୁ ସିନ୍ଦୁର ପିନ୍ଧି ପାରି ନଥିଲା କନ୍ୟା। ଏହା ସହ ସିଧା ବେଦିରୁ ଉଠି ଚାଲି ଯାଉଥିବା ବେଳେ ପରିବ‌ାର ଲୋକେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କନ୍ୟା ବିବାହ ନକରି ସେଠାରୁ ଚାଲି ଆସିଥିଲା ବୋଲି ଜଣା ପଡ଼ିଛି।

indiatimes.com

ମିଳିଥିବା ସୂଚନା ମୁତାବକ, ୱାନାପାର୍ଟିି ଜିଲ୍ଲାର ଚେରଲାପାଲ୍ଲୀ ଗାଁରେ ବିବାହ ଅନୁଷ୍ଠିତ ହେଉଥିଲା। ବର-କନ୍ୟା ବେଦିରେ ବସିଥିବା ସହ ମନ୍ତ୍ରପାଠ ଚାଲୁଥିଲା। ବର ମଙ୍ଗଳସୂତ୍ର ପିନ୍ଧାଇବା ପାଇଁ ଆଗକୁ ବଢ଼ିବା ପରେ କନ୍ୟା ତୁରନ୍ତ ଉଠିଯାଇ ବିବାହ କରି ପାରିବି ନାହିଁ ବୋଲି କହିଥିଲେ। ହଠାତ୍ ଏଭଳି ନିଷ୍ପତ୍ତି ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ କନ୍ୟା ନିଜ ପୂର୍ବ ପ୍ରେମିକକୁ ଦେଖି ବିବାହ ପାଇଁ ମନା କରିଥିବା ସାମ୍ନାକୁ ଆସିଛି। ତେବେ କେବଳ ପ୍ରେମିକକୁ ଦେଖି ନା ପ୍ରେମିକ ବିବାହ ନକରିବାକୁ କିଛି ଇଶାରା ଦେବାରୁ କନ୍ୟା ବେଦିରୁ ଉଠି ଚାଲିଗଲା, ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର