ମୁଁ ବାଘର ପୁଅ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଷମତାରୁ ହଟାଇଦେବି: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ହାଇଦ୍ରାବାଦ: ମୁଁ ଏକ ବାଘର ପୁଅ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇଦେବି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଜନଗାଓଁରେ ନୂତନ କଲେକ୍ଟର ଭବନ ଉଦଘାଟନ କରିବା ସମୟରେ ଏଭଳି କହି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଟିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସିଧାସଳଖ ଭାବେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ହଟାଇଦେବା କଥା କହିଛନ୍ତି।

तेलंगाना के मुख्यमंत्री चंद्रशेखर राव. -फाइल फोटो
aajtak

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଥିବା ଏନଡିଏ ସରକାର ତେଲେଙ୍ଗାନାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇ ଏହାକୁ ପୁରଣ କରିବାରେ ବିଫଳ ହୋଇଛି। ଖୁବ ଶୀଘ୍ର ଏନଡିଏ ସରକାରକୁ କ୍ଷମତାରୁ ହଟାଇ ଦିଆଯିବ। ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଯଦି ଆପଣ ମୋତେ ଆଶୀର୍ବାଦ ଦିଅନ୍ତି, ତେବେ ମୁଁ ଲଢ଼ିବାକୁ ପ୍ରସ୍ତୁତ ଏବଂ ଦିଲ୍ଲୀର ଦୁର୍ଗ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି। ନରେନ୍ଦ୍ର ମୋଦୀ ସାବଧାନ ରୁହନ୍ତୁ … ମୁଁ ବାଘର ପୁଅ .. ଏହା ହେଉଛି ତେଲେଙ୍ଗାନା। ରାଜ୍ୟବାସୀଙ୍କ ସମର୍ଥନ ରହିଲେ ମୁଁ ଖୁବ ସହଜରେ ମୋଦୀଙ୍କୁ ହଟାଇ ପାରିବି ଏବଂ ଲୋକଙ୍କୁ ଦିଆଯାଉଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବି।

ଏବେ ବିଭିନ୍ନ ରାଜ୍ୟରେ ନିର୍ବାଚନ ଋତୁ ଚାଲୁଥିବା ବେଳେ କ୍ଷମତାରେ ଥିବା ସରକାରଙ୍କୁ ହଟାଇବା ପାଇଁ ବିରୋଧୀ ଚେଷ୍ଟା କରୁଛନ୍ତି। ପଞ୍ଜାବରେ ଚଳିତ ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସେଠାରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର