ହାଇଦ୍ରାବାଦ: ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପରସ୍ପରକୁ କଟାକ୍ଷ କରିବା ଏବଂ ଅନ୍ୟ ଦଳ କରିଥିବା କଟାକ୍ଷର ଜବାବ ରଖିବା କାମ ଏବେ ଜୋରସୋରରେ ଆରମ୍ଭ ହୋଇଯାଇଛି। ପୂୂର୍ବରୁ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁୁ ଟାର୍ଗେଟ କରିଥିବା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବେ ପୁଣି ଥରେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି।
ଶୁଣାଣି ସମୟରେ ବିଜେପିର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମା ବିବାଦକୁ ନେଇ ଜଷ୍ଟିସ ପାରଦୀୱାଲା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଯେଉଁଭଳି ଭାବେ ନୂପୁରଙ୍କ ଉପରେ ବର୍ଷିଥିଲେ ଏବଂ ଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଥିଲେ, ଏହାକୁ କେସିଆର ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଜଷ୍ଟିସ ପାରଦୀୱାଲା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ସାହେବଙ୍କୁ ସଲ୍ୟୁଟ କରୁଛି। ଆମକୁ ଭାରତର ଏହି ଭାବନାକୁ ବଞ୍ଚାଇବାକୁ ପଡିବ। ଦେଶକୁ ଏହି ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ପଡିବ। ମୁଁ ଇନ୍ଦିରା ଗାନ୍ଧୀଙ୍କୁ ଧନ୍ୟବାଦ ଦେଉଛି କାରଣ ସେ ଦେଶବାସୀଙ୍କୁ କହି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗି ରହିଥିଲେ ବି ବର୍ତ୍ତମାନର ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିନାହାନ୍ତି।
ସେ ଆହୁରି କହିଛନ୍ତି ଯେ, ଏବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଚାରପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭୟଭୀତ କରାଯାଉଛି। କେଉଁ କଥାକୁ ନେଇ ଏମାନେ ଏତେ ଗର୍ବ କରୁଛନ୍ତି। ଆମ ପାଖରେ ୧୦୦ହର୍ଷପାୱାରର ଶକ୍ତି ଥିବା ବେଳେ କେନ୍ଦ୍ର ପାଖରେ ୫୦ର୍ଷପାୱାରର ଶକ୍ତି ଏବଂ ୟୁପି ପାଖରେ ୨୫ ର୍ଷପାୱାରର ଶକ୍ତି ଅଛି। ଏଭଳି ପରିସ୍ଥିତିରେ ଯାହାର ଇଞ୍ଜିନ ସବୁଠାରୁ ଶକ୍ତିଶାଳୀ, କେନ୍ଦ୍ରରେ ସେ ସରକାର ଗଠନ କରିବା ଉଚିତ୍। ଯେତେବେଳେ ତେଲେଙ୍ଗାନା ଭଳି ସରକାର କେନ୍ଦ୍ରକୁ ଆସିବେ ସେତେବେଳେ ପ୍ରକୃତ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-86.jpg)