ତେଲେଙ୍ଗାନାରେ ମେ ୨୯ ଯାଏଁ ଲକ୍‌ଡାଉନ୍ ବୃଦ୍ଧି

ହାଇଦ୍ରାବାଦ: ଦେଶର ପ୍ରଥମ ରାଜ୍ୟ ଭାବେ ମଙ୍ଗଳବାର ଦିନ ତେଲେଙ୍ଗାନା କୋଭିଡ୍-୧୯ ଲକ୍‌ଡାଉନ୍‌ ସମୟସୀମା ମେ ୨୯ ତାରିଖ ଯାଏଁ ବୃଦ୍ଧି କରିଛି। ସାତ ଘଣ୍ଟାର କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି ଯେ କେନ୍ଦ୍ର ଜାରି କରିଥିବା ଗାଇଡ୍‌ଲାଇନ୍ ଅନୁସାରେ ରେଡ୍‌ ଜୋନ୍‌କୁ ଛାଡ଼ି ଅନ୍ୟ ଅଞ୍ଚଳରେ ରାଜ୍ୟ ସରକାର ବିଭିନ୍ନ କଟକଣା କୋହଳ କରିବ। ଲକ୍‌ଡାଉନ୍ ସମୟରେ ସମଗ୍ର ରାଜ୍ୟରେ ସନ୍ଧ୍ୟା ୭ଟା ରୁ ସକାଳ ୭ଟା ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ।

ରାଜ୍ୟରେ କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରୁ ଲକ୍‌ଡାଉନ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା କଥା ସେ କହିଛନ୍ତି।

Image Source: DNA India

ଏହାଛଡ଼ା କଣ୍ଟେନ୍‌ମେଣ୍ଟ୍ ଜୋନ୍ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକୁ ପୁଣି ଖୋଲିବାକୁ ତେଲେଙ୍ଗାନା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। କିନ୍ତୁ, ବୁଧବାର ଠାରୁ ମଦ ମୂଲ୍ୟ ୧୬% ବୃଦ୍ଧି ପାଇବ ବୋଲି ସରକାର କହିଛନ୍ତି। ଏ ନିଷ୍ପତ୍ତି ମଧ୍ୟ କ୍ୟାବିନେଟ୍‌‌ ବୈଠକରେ ନିଆଯାଇଛି। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ମଦ ଦୋକାନ ଖୋଲା ରହିବ। କେବଳ ମାସ୍କ ପିନ୍ଧି ଆସିଥିବା ଗ୍ରାହକମାନଙ୍କୁ ମଦ ବିକ୍ରୟ କରାଯିବ ବୋଲି ସରକାର ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର