୯ ବର୍ଷ ପରେ ‘କେସିଆର୍‌’ଙ୍କୁ ଭେଟି ନାଁ ପାଇଲା ତେଲେଙ୍ଗାନାର ଅନାମିକା ବାଳିକା

ହାଇଦ୍ରାବାଦ: ଆଜି ପର୍ଯ୍ୟନ୍ତ ନାମକରଣ ହୋଇ ନ ଥିବା ତେଲେଙ୍ଗାନାର ଜଣେ ୯ ବର୍ଷୀୟ ଅନାମିକା ବାଳିକା ରବିବାର ଦିନ ତା’ର ପିତାମାତାଙ୍କ ସହିତ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପରେ ତା’ର ନାଁ ପାଇଛି।

ସୂଚନାଯୋଗ୍ୟ, ‘କେସିଆର୍‌’ ନାମରେ ସୁପରିଚି କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବରେ ଅନାମିକା ବାଳିକାର ପିତାମାତା ସୁରେଶ ଓ ଅନୀତା ତେଲେଙ୍ଗାନା ରାଜ୍ୟପାହ୍ୟା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ୨୦୧୩ରେ ଝିଅଟିଏ ହେବା ପରେ ଦୁହେଁ ଚାହିଁଲେ, ‘କେସିଆର୍‌’ ତା’ର ନାଁ ଦିଅନ୍ତୁ। କିନ୍ତୁ, ତାଙ୍କର ସେ ଅଭିଳାଷ ୯ ବର୍ଷ ଧରି ଅପୂରଣୀୟ ରହିଗଲା। ଝିଅଟି ବି ୯ ବର୍ଷ ଧରି ଅନାମିକା ହୋଇ ରହିଥିଲା।

Image Courtesy of Sakshi Post

ସୂଚନ‌ାଯୋଗ୍ୟ, ଭଲ ନାଁ ନ ଥିଲେ ବି ଏବେ ୫ମ ଶ୍ରେଣୀରେ ପଢୁଥିବା ସେ ଝିଅର ନାଁ ‘ଆଧାର କାର୍ଡ’ରେ ନାଁ ‘ଚିଟ୍ଟୀ’ ‌ବୋଲି ଉଲ୍ଲେଖ କରାଯାଇଥିଲା।

ନିକଟ ଅତୀତରେ ତେଲେଙ୍ଗାନା ରାଷ୍ଟ୍ର ସମିତିର ବିଧାୟକ ପରିଷଦ୍‌ର ସଦସ୍ୟ ତଥା ବିଧାନସଭାର ପୂର୍ବତନ ବାଚସ୍ପତି ମଧୁସୂଦନ ଚାରୀ ଏକଥା ଜାଣିଲେ। ତା’ପରେ ସେ ସୁରେଶ, ଅତୀତା ଓ ତାଙ୍କ ଝିଅକୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପ୍ରଗତି ଭବନକୁ ଆଣିଲେ।

ଏକଥା ଶୁଣି ମୁଖ୍ୟମନ୍ତ୍ରୀ କେସିଆର୍‌ ସୁରେଶ ଓ ଅନୀତାଙ୍କୁ ସ୍ବାଗତ କରିବା ସହ ୯ ବର୍ଷୀୟ ଝିଅର ନାଁ ମହତୀ ରଖିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ମଧ୍ୟ ସୁରେଶ ଓ ଅନୀତାଙ୍କୁ ପାରମ୍ପରିକ ପ୍ରଥାମତେ ସଙ୍ଖୋଳିବା ସହ ଉପହାର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଝିଅର ପାଠପଢ଼ା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର